www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ବଢ଼ିଛି ଆମ୍ବୁଲାନ୍ସ ସେବା

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ଏବଂ ୧୦୨ ଜନନୀ ଏକ୍ସପ୍ରେସ୍‌ ସେବା ବୃଦ୍ଧି ପାଇଛି। ମାର୍ଚ୍ଚରେ ସର୍ବାଧିକ ୧୦୮ ଆମ୍ବୁଲାନ୍ସ ଗଡିଥିବା ବେଳେ ଏପ୍ରିଲରେ ଜନନୀ ଏକ୍ସପ୍ରେସ୍‌ ଅଧିକ ଗଡିଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲାମୁଖ୍ୟ ଚିକିତ୍ସାଳୟକୁ ରୋଗୀ ଏବଂ ଗର୍ଭବତୀ ଆମ୍ବୁଲାନ୍ସ ଦ୍ବାରା ଆସିଛନ୍ତି। ତେବେ ଚଳିତ ବର୍ଷ ଜାନୁଆରୀ ଏବଂ ଫେବୃଆରୀ ମାସ ତୁଳନାରେ ମାର୍ଚ୍ଚ ଏବଂ ଏପ୍ରିଲରେ ଆମ୍ବୁଲାନ୍ସ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରିଛି। ଏହି ସମୟରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ବ୍ୟବହାର କ୍ଷେତ୍ରରେ ମୟୂରଭଞ୍ଜ ଜିଲା ପ୍ରଥମ ସ୍ଥାନରେ ରହିଛି। ୧୦୨ ଜନନୀ ଏକ୍ସପ୍ରେସ୍‌ ଗଡିବା କ୍ଷେତ୍ରରେ ଅନୁଗୋଳ ଜିଲା ଆଗରେ ରହିଥିବା ଜଣାପଡିଛି।

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ଜାନୁଆରୀରେ ୫୧,୫୩୪, ଫେବୃଆରୀରେ ୫୧,୪୬୩, ମାର୍ଚ୍ଚରେ ୬୧,୯୫୬ ଏବଂ ଏପ୍ରିଲରେ ୬୦,୫୪୪ଜଣ ରୋଗୀ ହସ୍ପିଟାଲ ଆସିଛନ୍ତି। ସେହିଭଳି ଜନନୀ ଏକ୍ସପ୍ରେସ୍‌ ଜାନୁଆରୀରେ ୪୧,୮୩୭, ଫେବୃଆରୀରେ ୩୭,୭୩୩, ମାର୍ଚ୍ଚରେ ୪୭,୯୪୨ ଏବଂ ଏପ୍ରିଲରେ ୫୩,୯୩୪ ଗର୍ଭବତୀ ଘରୁ ହସ୍ପିଟାଲ ଏବଂ ହସ୍ପିଟାଲରୁ ଘରକୁ ନେବା ଆଣିବା କରିଛି। ମୟୂରଭଞ୍ଜ ଜିଲାରେ ୩୪ଟି ୧୦୮ ଆମ୍ବଲାନ୍ସ ନିୟୋଜିତ ଥିବାବେଳେ ମାର୍ଚ୍ଚରେ ୪୫୭୧ ଏବଂ ଏପ୍ରିଲରେ ୪୧୯୬ ରୋଗୀ ଆମ୍ବୁଲାନ୍ସରେ ହସ୍ପିଟାଲ ଆସିଛନ୍ତି। ଦ୍ବିତୀୟରେ କଟକ ଜିଲାରେ ମାର୍ଚ୍ଚରେ ୩୯୨୩ ଏବଂ ଏପ୍ରିଲରେ ୩୬୦୭ ରୋଗୀ ଆମ୍ବୁଲାନ୍ସ ସେବା ପାଇଛନ୍ତି। ଜିଲାରେ ୨୬ଟି ୧୦୮ ନିୟୋଜିତ ରହିଛି। ତୃତୀୟ ସ୍ଥାନରେ ଖୋର୍ଦ୍ଧା ଜିଲାରେ ମାର୍ଚ୍ଚରେ ୩୮୯୯ ଏବଂ ଏପ୍ରିଲରେ ୩୫୫୩ ରୋଗୀ ହସ୍ପିଟାଲ ଆସିଛନ୍ତି। ଜିଲାରେ ୨୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ଅଛି।

- Advertisement -

ସେହିପରି ଜନନୀ ଏକ୍ସପ୍ରେସ୍‌ ସେବା ‌କ୍ଷେତ୍ରରେ ଅନୁଗୋଳ ଜିଲାରେ ମାର୍ଚ୍ଚରେ ୧୩୧୧ ଏବଂ ଏପ୍ରିଲରେ ୧୪୮୯ ଗର୍ଭବତୀ ହସ୍ପିଟାଲ ଆସିଛନ୍ତି। ଜିଲାରେ ୧୬ଟି ଜନନୀ ଏକ୍ସପ୍ରେସ୍‌ ନିୟୋଜିତ ଅଛି। ଦ୍ବିତୀୟ ସ୍ଥାନରେ ବାଲେଶ୍ବର ଜିଲା ରହିଛି। ଜିଲାରେ ନିୟୋଜିତ ଥିବା ୨୯ଟି ଜନନୀ ଏକ୍ସପ୍ରେସରେ ମାର୍ଚ୍ଚରେ ୨୯୪୨ ଏବଂ ଏପ୍ରିଲରେ ୩୩୫୭ ଗର୍ଭବତୀ ସେବା ପାଇଛନ୍ତି। ତୃତୀୟ ସ୍ଥାନରେ ବରଗଡ ଜିଲା ଥିବାବେଳେ ମାର୍ଚ୍ଚରେ ୧୪୪୪ ଏବଂ ଏପ୍ରିଲରେ ୧୫୪୮ ଗର୍ଭବତୀଙ୍କୁ ଜନନୀ ଏକ୍ସପ୍ରେସ୍‌ ସେବା ପ୍ରଦାନ କରିଛି। ତେବେ ଜିଲାରେ ୧୫ଟି ଜନନୀ ଏକ୍ସପ୍ରେସ୍‌ ନିୟୋଜିତ ଥିବା ଜଣାପଡିଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories