www.samajalive.in
Monday, December 8, 2025
20.1 C
Bhubaneswar

ଆଇଏମ୍‌ଡି ବାତ୍ୟା ଆକଳନ ନିର୍ଭୁଲ୍‌ ପ୍ରମାଣିତ

ଭୁବନେଶ୍ବର: ବଙ୍ଗୋପସାଗରରେ ମହାବାତ୍ୟା ରୂପ ନେବା ପରେ ଅମ୍ପନ କୁଆଡ଼କୁ ମୁହାଁଇବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ନିର୍ଭୁଲ୍‌ ପ୍ରମାଣିତ ହୋଇଛି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏସଆରସିଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଚଳାଇଥିବାବେଳେ ବାତ୍ୟା ଦିଗ ବଦଳାଇ ଓଡ଼ିଶା ମୁହାଁଇବ ବୋଲି କେତେକ ମହଲରେ ଖବର ପ୍ରଚାର ହେବା ପରେ ଏହାକୁ ନେଇ ଏହାକୁ ନେଇ ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଥିଲା।

ବାତ୍ୟା ମୁଖ୍ୟତଃ ଦିଘା ଓ ହାତିଆ ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ବାତ୍ୟା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଜଗତସିଂହପୁରଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ଏଥିସହିତ ମୟୂରଭଞ୍ଜ ଓ ଯାଜପୁର ବି​‌େଶ‌ଷ ଭାବେ ପ୍ରଭାବିତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଥିଲା। ତଦନୁସାରେ ପୁରା ପ୍ରଶାସନ ସଜାଗ ରହିଥିଲା ଏବଂ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିଲା। କିନ୍ତୁ ଗତକାଲି ରାତିରେ ଏକ ନିର୍ଦିଷ୍ଟ ଖବରକୁ ନେଇ ଏସଆରସି ପ୍ରଦୀପ ଜେନା ବିଚଳିତ ହୋଇପଡ଼ିଥିଲେ। ଖବରଟି ଥିଲା ଯେ ବାତ୍ୟା ଉତ୍ତର ମୁହାଁ ହୋଇ ଓଡ଼ିଶାରେ ମାଡ଼ ହୋଇପାରେ। ଏହା ଶୁଣିବା ପରେ ସେ ବାରମ୍ବାର ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ଜିଲପାଳଙ୍କ ସହିତ ରାତି ତମାମ ଘନ ଘନ ଯୋଗା​​‌ଯୋଗରେ ଥିଲେ। ସ୍ଥାନାନ୍ତର କେତେବାଟ ଗଲା, କିପରି ପ୍ରସ୍ତୁତି ରହିଛି ସେ ବିଷୟରେ ରାତି ୩ଟା ପରେ ବି ଜିଲାପାଳମାନଙ୍କୁ ନିଦରୁ ଉଠାଇ କଥା ହୋଇଥିଲେ। ଏପରିକି ରାତି ୩ଟାରୁ ୫ଟା ଭିତରେ ଶ୍ରୀ ଜେନା ଆଇଏମ୍‌ଡିର ଡିଜି, ଭୁବନେଶ୍ବର ପାଣିପାଗ ବିଭାଗ ମୁଖ୍ୟ ଏବଂ ପାରାଦ୍ବୀପଠାରେ ଥିବା ରେଡାର ସିଷ୍ଟମ୍‌ ମୁଖ୍ୟଙ୍କ ସହିତ ଆଲୋଚନା କରି ବାତ୍ୟା ବାସ୍ତବରେ କଉଁ ଦିଗରେ ମୁହାଁଇବ ଓଡ଼ିଶା ପ୍ରତି ବିପଦ ରହିଛି କି ନା ସେ ବିଷୟରେ ଟିକିନିଖି ତଥ୍ୟ ପଚାରି ବୁଝିଥିଲେ।

- Advertisement -

ତେବେ ଆଇଏମ୍‌ଡି ଡିଜି ତାଙ୍କର ଆକଳନ ଉପରେ ଭରସା ରଖିବାକୁ କହିଥିଲେ। ଆଇଏମ୍‌ଡି ଡିଜି ତାଙ୍କ ଆକଳନ ନେଇ ଦୃଢ଼ ନିଶ୍ଚିତ ଥିବାରୁ ଏଥିପାଇଁ ଏସଆରସି ଶ୍ରୀ ଜେନା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏସଆରସି କାର୍ୟ୍ୟାଳୟକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଗତକାଲି ସାରା ରାତି ପ୍ରଶାସନ ବାତ୍ୟାର ଗତିବିଧି ଉପରେ ସତର୍କ ନଜର ରଖିଥିଲା ଓ ଉପକୂଳର ତଳିଆ ଅଞ୍ଚଳରେ ସ୍ଥାନାନ୍ତର କାର୍ୟ୍ୟକୁ ତ୍ବରାନ୍ବିତ କରାଯାଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories