www.samajalive.in
Saturday, December 6, 2025
26.1 C
Bhubaneswar

ରେସନକାର୍ଡ ନ ଥିବା ପରିବାରକୁ ସହାୟତା ପ୍ରସଙ୍ଗ – କେନ୍ଦ୍ର, ରାଜ୍ୟକୁ ହାଇକୋର୍ଟ ନୋଟିସ୍

କଟକ: ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ରେସନ କାର୍ଡ ନଥିବା ଗରିବ ପରିବାର, ବସ୍ତି ବାସିନ୍ଦା, ଶ୍ରମିକ ଓ ପେସାଦାରଙ୍କୁ ସହାୟତା ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏ ସଂପର୍କିତ ଦୁଇଟି ପୃଥକ ମାମଲାର ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରି କରିଥିବା ବେଳେ ମେ’ ୨୬କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ୟ୍ୟ କରାଯାଇଛି। ସମାଜସେବୀ ଡକ୍ଟର ବିଶ୍ବାବସୁ ଦାଶ ଓ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଦାଶଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଲକ୍‌ଡାଉନ ଯୋଗୁଁ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କ ରୋଜଗାର ନାହିଁ। ବହୁ ସ୍ଥାନରେ ଶ୍ରମଜୀବୀମାନେ ବାହାରକୁ କାମ କରିବାକୁ ଯାଇ ଫେରି ପାରୁନାହାନ୍ତି। ପ୍ରବାସରୁ ଚାଲି ଚାଲି, ବସରେ ଓ ଅନ୍ୟ ଉପାୟରେ ଫେରୁଥିବା ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ, ପାନୀୟ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ବହୁ ପେସାଦାର ଓ ନିଜ ଉଦ୍ୟମରେ ଆତ୍ମନିର୍ଭର ହୋଇଥିବା ପରିବାର ଅସୁବିଧାରେ ଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ସରକାର ଚିନ୍ତା କରିବା ଉଚିତ। ସେହିଭଳି ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀ ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବହୁ ଗରିବ ପରିବାର ନିକଟରେ ରେସନକାର୍ଡ ନାହିଁ। ଲକ୍‌ଡାଉନ ଯୋଗୁଁ ଦେଖା ଦେଇଥିବା ପରିସ୍ଥିତିରେ ରେସନକାର୍ଡ ନଥିବା ଗରିବ ପରିବାର ପାଇଁ କିରାସିନ୍, ଚାଉଳ, ଗହମ, ଡାଲି ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆଜି ସୋରରେ ଥିବା ଶ୍ରୀ ରାୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories