www.samajalive.in
Saturday, December 6, 2025
26.1 C
Bhubaneswar

କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଲେ ଶ୍ରମିକ, ଝାଡ଼ଖଣ୍ଡ ପଠାଇଲା ପୁଲିସ

ରାଉରକେଲା: କରୋନା ମହାମାରୀ ମୁକାବିଲା ପାଇଁ ଲକ୍‌ଡାଉନର ଅବଧି ବୃଦ୍ଧି କରାଯାଇଥିବାବେଳେ ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି। ଏହି ପରିପ୍ରେକ୍ଷୀରେ କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଛନ୍ତି ୨୦ ଶ୍ରମିକ। ଏହି ଶ୍ରମିକମାନେ ଝାଡ଼ଖଣ୍ଡର ହୋଇଥିବାବେଳେ ସେମାନଙ୍କୁ ରାଉରକେଲା ପୁଲିସ ନିଜ ରାଜ୍ୟକୁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ ଏବଂ ମଙ୍ଗଳବାର ଉତ୍ତରପ୍ରଦେଶକୁ ୧୦୪ ଶ୍ରମିକଙ୍କୁ ପଠାଯାଇଥିଲା। ଏହି ଶ୍ରମିକମାନେ ଉତ୍ତର ପ୍ରଦେଶର କାନପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳର l ୪ଟି ବସ୍ ଯୋଗେ ସମସ୍ତଙ୍କୁ ସମ୍ବଲପୁର ପଠାଯାଇଥିଲା। ସମ୍ବଲପୁରରୁ ସ୍ଵତନ୍ତ୍ର ଟ୍ରେନରେ ସେମାନେ କାନପୁର ଆଭିମୁଖେ ଯାଇଥିଲେ। ଏହାପରେ ବୁଧବାର ଝାଡ଼ଖଣ୍ଡର ୨୦ ଜଣ ଶ୍ରମିକ ରାଉରକେଲାରେ ପହଞ୍ଚିଥିଲେ। ସେମାନେ କଟକରୁ ଦୀର୍ଘ ପଥ ଚାଲି ଚାଲି ଆସିଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସମସ୍ତେ ଝାଡ଼ଖଣ୍ଡର ବୋକାରୋ ଏବଂ ଧୋନବାଦ ଅଞ୍ଚଳର ବୋଲି ଜଣାପଡ଼ିଥିଲା। ପରେ ସେମାନଙ୍କୁ ଝାଡ଼ଖଣ୍ଡ ସୀମାନ୍ତକୁ ପୁଲିସ ପଠାଇଥିଲା। ଏମାନେ କଟକରେ ଶ୍ରମିକ ଭାବେ କାମ କରୁଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories