www.samajalive.in
Thursday, December 11, 2025
16.1 C
Bhubaneswar

ଇସ୍ରାଏଲ୍ ପ୍ରସ୍ତୁତ କଲା ନୂଆ ମାସ୍କ; ପିନ୍ଧି କରି ଖାଇ ହେବ ଖାଦ୍ୟ

ଇସ୍ରାଏଲ୍‌: କରୋନା ଭୂତାଣୁ ଲକ୍ଷଣ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯେକୌଣସି କାମରେ ଘରୁ ବାହାରକୁ ବାହାରିମାତ୍ରେ ସବୁଠି ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ତେବେ ମାସ୍କ ପିନ୍ଧିଥିବା ସମୟରେ କୌଣସି ଖାଦ୍ୟ ଖାଇବା କିମ୍ବା ପାନୀୟ ଗ୍ରହଣ କରିବା ପାଇଁ ମାସ୍କ ଖୋଲିବାକୁ ପଡ଼ିଥାଏ। ତେବେ ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତ୍ର ଭୋଜନ ପାଇଁ ମାସ୍କ ଖୋଲିବାକୁ ପଡ଼ିବ ନାହିଁ। ଏଣିକି ମାସ୍କ ପିନ୍ଧି ଖାଇହେବ ଏବଂ ଯେକୌଣସି ପାନୀୟ ମଧ୍ୟ ଗ୍ରହଣ କରିହେବ। ରେଷ୍ଟୁରାଣ୍ଟଗୁଡ଼ିକୁ ଯାଇ ସେଠାରେ ମଧ୍ୟ ଖାଦ୍ୟପାନୀୟ ଗ୍ରହଣ କରାଯାଇପାରିବ। ଫଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକରେ ଖାଇବାପିଇବା ବିପଦପୂର୍ଣ୍ଣ ରହିବ ନାହିଁ।
ଆର୍କେଡ୍‌ ଗେମ୍‌ରେ ପାକ୍‌-ମ୍ୟାନ୍‌ ଫ୍ଲାଶ୍‌ ଭଳି ଇସ୍ରାଏଲ୍‌ ଅର୍‌ୟେହୁଦାରେଠାରେ ପ୍ରସ୍ତୁତ ହୋଇଛି ଏକ ସ୍ବତନ୍ତ୍ର ମାସ୍କ। ସାଇକଲ୍‌ରେ ବ୍ୟବହୃତ ହ୍ୟାଣ୍ଡବ୍ରେକ୍‌ ଭଳି କାମ କରୁଥିବା ଏକ ଲିଭର୍‌ ସ୍କ୍ବିଜ୍‌କଲେ ତାହା ପାଟି ସମ୍ମୁଖରେ ଆପେ ଆପେ ଖୋଲିଯିବ। ମାସ୍କ ଖୋଲି ଯିବା ପରେ ସେହି ଫାଙ୍କ ଦେଇ ଖାଦ୍ୟ ଖାଇପାରିବେ ଓ ଯେକୌଣସ ପାନୀୟ ମଧ୍ୟ ଗ୍ରହଣ କରିପାରିବେ। ମାସ୍କ ପିନ୍ଧି ଆଇସ୍‌କ୍ରିମ ମଧ୍ୟ ଖାଇହେବ। ଏହି ହ୍ୟାଣ୍ଡ ରିମୋର୍ଟ କିମ୍ବା ମାସ୍କରେ ଲାଗିଥିବା ଫର୍କ ଟିପିଲେ ତାହା ଖୋଲିଯିବ ବୋଲି ଆପ୍ଟିପ୍ଲସ ପାଟେଣ୍ଟ ଆଣ୍ଡ୍‌ ଇନ୍‌ଭେନ୍‌ସନ୍ସ ଉପସଭାପତି ଆସଫ ଗିଟେଲିସ୍‌ ପ୍ରକାଶ କରିଛନ୍ତି। ଟେଲ୍‌ ଅଭିଭ୍‌ ନିକଟସ୍ଥ ତାଙ୍କର କାର୍ଯ୍ୟାଳୟରେ ସେ ଏହାର ପ୍ରଦର୍ଶନ କରିଛନ୍ତି। ମାସ୍କରେ ଫର୍କ ଖୋଲିବାପରେ ଜଣେ ଖାଇବା ଓ ପିଇବା ଉପଭୋଗ କରିପାରିବ। ଯେତେବେଳେ ମାସ୍କ ଫର୍କ ବନ୍ଦ ହୋଇଯିବ ସେତେବେଳେ ଆପଣଙ୍କ ନିକଟରେ ବସିଥିବା ଲୋକଙ୍କ ନିକଟରୁ ଏହା କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବ। ଏଭଳି ମାସ୍କ ଗୋଟିଏ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କାର୍ଯ୍ୟାଳୟ କିମ୍ବା ରେଷ୍ଟୁରାଣ୍ଟ୍‌ରେ ଖାଇବାବେଳେ ଏଭଳି ସ୍ବତନ୍ତ୍ର ମାସ୍କ ସମସ୍ତେ ବ୍ୟବହାର କରିବା ଉଚିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories