www.samajalive.in
Friday, December 12, 2025
14.1 C
Bhubaneswar

କରୋନା ମୁକାବିଲା: ୨୨ରେ ମୋଦୀଙ୍କୁ ଘେରିବେ ୨୨ ରାଜନୈତିକ ଦଳ

ନୂଆଦିଲ୍ଲୀ: କରୋନା ଓ ଏହାର ପରବର୍ତୀ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଓ କାର୍ଯ୍ୟକ୍ରମ ଉପରେ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଣ ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ ଏଥିନେଇ ଆପତ୍ତି ଉଠାଇଛନ୍ତି । ବିଶେଷଭାବରେ କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପଦକ୍ଷେପରେ ଅସୁଖୀ । ଅନ୍ୟପକ୍ଷରେ କରୋନା ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଉପରେ ମଧ୍ୟ କଂଗ୍ରେସ କଟୁ ସମାଲୋଚନା ଚଳାଇଛି । ୟୁପିଏ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ନେତା ରାହୁଳ ଗାନ୍ଧୀ, ପି. ଚିଦାମ୍ବରମ ପ୍ରମୁଖ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି । ଏହି ସ୍ଥିତିରେ ଆସନ୍ତା ୨୨ ତାରିଖରେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଦେଶର ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ କରୋନା ନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ଏହାକୁ ମମତ ବାନାର୍ଜୀ ଆୟୋଜନ କରିବେ ବୋଲି କୁହାଯାଉଥିଲା । ମାତ୍ର ପରବର୍ତୀ ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଥିରେ ଅଧ୍ୟକ୍ଷତା କରୁଥିବା ଜଣାପଡ଼ିଛି । ଦଳ ପକ୍ଷରୁ ଏଥିରେ ସମସ୍ତ ଅଣ ଏନଡିଏ ଦଳକୁ ସାମିଲ ହେବା ପାଇଁ କୁହାଯାଇଛି । ସୂତ୍ର ଅନୁଯାୟୀ ଏହି ବୈଠକରେ ୨୨ ରାଜନୈତିକ  ଦଳ ସାମିଲ ହୋଇ ପାରନ୍ତି ।ଏଥିରେ ଏନସିପି, ଡିଏମକେ, ଆରଜେଡି, ସିପିଆଇ, ସିପିଏମ୍, ଫରୱାର୍ଡ଼ ବ୍ଲକ୍, ଶିବସେନା, ଏସପି, ବିଏସପି, ନ୍ୟାସନାଲ କନଫରେନ୍ସ, ଟିଡିପି, ଟିଏମସି, ଆଇୟୁଏମଏଲ, ଲୋକତାନ୍ତ୍ରିକ ଜନତା ଦଳ, ଆରଏଲଡି, ଆରଏଲଏସପି ପରି ଯୋଗ ଦେବାକୁ ସମ୍ମତି ଦେଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

- Advertisement -

କରୋନା ମୁକାବିଲା କରିବାରେ ସରକାରଙ୍କ ବିଫଳତା, ପ୍ରବାସୀ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ମୋଦୀ ସରକାରଙ୍କ ୨୦  ଲକ୍ଷ କୋଟି  ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ବାସ୍ତବିକତା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories