www.samajalive.in
Thursday, December 11, 2025
16.1 C
Bhubaneswar

ଚୀନ୍‌ରେ କଡ଼ାକଡ଼ି ନିୟମ

ଚୀନ୍‌ର ପ୍ରତ୍ୟେକ ପ୍ରାନ୍ତରେ ଏବେ ଅଧିକାଂଶ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାର ଦେଖାଯାଉଛି। ନିକଟରେ ସୋସିଆଲ୍ ସାଇଟ୍‌ରେ କେତୋଟି ଫଟୋ ପ୍ରକାଶିତ ହେବା ପରେ ଖବର ଜୋର୍ ଚର୍ଚ୍ଚା ଧରିଛି। ସେଠାରେ ସଂଖ୍ୟାଧିକ କାର୍ଯ୍ୟାଳୟ ଖୋଲିବା ସହ କର୍ମଚାରୀମାନେ ନିୟମ ମାନିବାରେ ଆଦୌ ହେଳା କରୁନାହାନ୍ତି। ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ସେଠାରେ ୨୫% କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ କରୁଥିବାବେଳେ ଅନ୍ୟମାନେ କାର୍ଯ୍ୟାଳୟ ଆସୁଛନ୍ତି। କାର୍ଯ୍ୟାଳୟ ଆସିବା ପରେ ସେମାନେ ପରସ୍ପରଠାରୁ ସାମଜିକ ଦୂରତା ରଖୁଛନ୍ତି ଓ ପୂର୍ବରୁ ସେମାନେ ଏକତ୍ର ବସି ଭୋଜନ କରୁଥିବାବେଳେ ବର୍ତ୍ତମାନ ସେସବୁ ବନ୍ଦ ହୋଇଯାଇଛି। ଅତି ଆବଶ୍ୟକ ନ ପଡ଼ିଲେ କର୍ମଚାରୀ ପରସ୍ପର ସହ ବାର୍ତ୍ତାଳାପ କରୁନାହାନ୍ତି। କମ୍ପାନୀ ମୁଖ୍ୟ ଅଧିକାରୀଙ୍କ ମତରେ ସିସିଟିଭିରେ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ବାରମ୍ବାର ତଦାରଖ କରାଯାଉଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories