www.samajalive.in
Thursday, December 11, 2025
15.1 C
Bhubaneswar

ବଲାଙ୍ଗୀରରେ ଆଉ ୨ ପଜିଟିଭ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦

ବଲାଙ୍ଗୀର :  ବଲାଙ୍ଗୀରରେ ରବିବାର ରାତିରେ ଆଉ ୨ କ​ରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି ।

ଏହି ୨ ନୂଆ ପଜିଟିଭ୍ ସହ ଆଜି ଗୋଟିଏ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହୋଇଛି । ରବିବାର ସକାଳେ ରାଜ୍ୟରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏହି ୨ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ବଲାଙ୍ଗୀର ଜିଳ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୁ ବୃଦ୍ଦି ପାଇଛି ।

- Advertisement -

ଏହା ସହ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୦ ରେ ପହଞ୍ଚିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୪ ଥିବା ବେଳେ, ଏଯାବତ୍ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୨୨ ଟି ଜିଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।

ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା : 

ଗଞ୍ଜାମ -୨୯୨, ଯାଜପୁର – ୧୨୧, ବାଲେଶ୍ଵର -୧୧୯, ଭଦ୍ରକ-୭୪, ଖୋର୍ଦ୍ଧା – ୫୯, ସୁନ୍ଦରଗଡ -୨୭, କେନ୍ଦ୍ରାପଡା -୨୭, ପୁରୀ -୨୫, କଟକ -୨୨, ଅନୁଗୋଳ -୧୫, ମୟୂରଭଞ୍ଜ – ୧୧, କେନ୍ଦୁଝର – ୮, ନୟାଗଡ – ୬, ବଲାଙ୍ଗୀର – ୬, ଜଗତସିଂହପୁର – ୫, , ବୌଦ୍ଧ-୪,  କଳାହାଣ୍ଡି,-୨, ଝାରସୁଗୁଡା – ୨, ଦେବଗଡ-୨, କୋରାପୁଟ-୧ ଏବଂ ଢେଙ୍କାନାଳ – ୧ ଓ ସମ୍ବଲପୁର-୧

ରବିବାର ଚିହ୍ନଟ ହୋଇଥିବା ୯୧ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବଲାଙ୍ଗିର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧,୨୨୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories