www.samajalive.in
Saturday, December 13, 2025
26.1 C
Bhubaneswar

‘ଅମ୍ଫାନ୍‌’ ମୁକାବିଲା: ୧୧ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳ ଓ ୭ହଜାର ପକ୍କା ଗୃହ ଚିହ୍ନଟ

ଭୁବନେଶ୍ବର: ‘ଅମ୍ଫନ୍‌’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ ସେଥିନେଇ ରାଜ୍ୟର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସ୍ୱରୂପ ରାଜ୍ୟର ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ୫୬୭ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ୭୦୦୦ ପକ୍କା ଗୃହ ଚିହ୍ନଟ କରାଯାଇଛି। ଜନଜୀବନକୁ ସ୍ବାଭାବିକ କରିବା ପାଇଁ ଏସବୁ ସ୍ଥାନରେ ୩ଟି ଏନ୍‌ଡିଆର୍‌ଏଫ୍‌, ୧୨ଟି ଓଡ୍ରାଫ୍‌ ଟିମ୍‌ ସହିତ ୩୫୫ ଅଗ୍ନିଶମ ୟୁନିଟ୍‌କୁ ନିୟୋଜିତ କରାଯାଇଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ରାସ୍ତାଘାଟର ଆବଶ୍ୟକ ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସେବା, ଭିତ୍ତିଭୂମି ଏବଂ ଡାକ୍ତରଖାନାଗୁଡ଼ିକୁ ଅବିରତ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories