www.samajalive.in
Friday, December 5, 2025
26.1 C
Bhubaneswar

ନିମ୍ନମାନର ରାସ୍ତା କାମକୁ ବନ୍ଦ କଲେ ଗ୍ରାମବାସୀ

ଲାଞ୍ଜିଗଡ : ଗ୍ରାମାଞ୍ଚଳକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ଠିକାଦାର ମାନଙ୍କ ଲାଭଖୋର ନିତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ ବ୍ଲକର ୨୬ଗୋଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ରାସ୍ତାକାମ ଚାଲିଥିବା ବେଳେ ଆଜି ଏଭଳି ଏକ ନିମ୍ନ ମାନର କାମ ଦେଖିବାକୁ ମିଳିଛି।

କୁମଖାଲ ଠାରୁ ସିନ୍ଧିବାହାଲିକୁ ସଂଯୋଗ କରୁଥିବା ରାସ୍ତା ପାଇଁ ୪ କି.ମି ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ୫/୦୯/୨୦୧୭ ଠାରୁ ଆରମ୍ଭ ହୋଇଛି ଯେ ଏ ଯାଏଁ  ସରି ପାରି ନାହିଁ। ଏହି କାମ ୦୪/୦୬/୨୦୧୮ରେ ଶେଷ ହେବା କଥା ହେଲେ ଏଯାଏଁ ସରିପାରି ନାହି। ୧ କୋଟି ୩ ଲକ୍ଷ୬୭ହଜାର ଟଙ୍କା ଏହି ରାସ୍ତାର ଅଟକଳ ମୂଲ୍ୟ ଥିବାବେଳେ ଏହି ରାସ୍ତା କାମରେ ନିମ୍ନ ମାନର ସାମଗ୍ରୀ ଦେଇ ଠିକାଦାର ମାଲେମାଲ ହେଉଥିବା କୁହାଯାଇଛି। ଏହି ରାସ୍ତାରେ ପ୍ରଥମେ ଧୂଳିକୁ ଭଲ ଭାବରେ ସଫାକରି ପ୍ରାଇମର ଦେଇ ଚିପ୍ସ ପକାଇଲା ପରେ ବଜୁରି ସହିତ ପିଚୁ ମିଶାଇ ରାସ୍ତାରେ ପକାଇବା କଥା ହେଲେ  ଠିକାଦାର ଜଣକ ବିନା ଚିପ୍ସରେ ପିଚୁ ପକାଉଥିବା ଦେଖିବାକୁ ମିଲିଥିଲା। ଏକ କି.ମି ଏହିଭଳି କାମ ଚାଲିବା ପରେ ଏହି ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀ ଘୋର ବିରୋଧ କରିଥିଲେ ଓ କାମ ତଦାରଖ କରୁଥିବା ମୁନସିକୁ ଏଭଳି କଦର୍ଯ୍ୟ କାମ କର ନାହିଁ ବୋଲି ବାରମ୍ବାର ମନା କରିବା ସତ୍ୱେ ମଧ୍ୟ ମୁନସି କାହା କଥା ଶୁଣି ନଥିଲା। ଶେଷରେ ଆଜି ପୁନିଗୁଡା,ସନ୍ଧିବାହାଲି, ଗାରେସ, ସଲପାଙ୍ଗ, ଦେହେଡା,ସର୍ଗିଲେପା, ମନସ୍ତରା, ବରିଙ୍ଗପଦର ଓ ଦାରେବେଙ୍ଗ ଗାଁର ଶତାଧିକ ଲୋକେ  ଏକତ୍ରିତ ହୋଇ ନିର୍ମାଣ କାମକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲେ। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବସନ୍ତ କୁମାର ବେହେରା ରାସ୍ତା ନିର୍ମାଣ ସ୍ଥଳକୁ ଆସି ରାସ୍ତାର ମାନ ଜାଞ୍ଚ କରିଥିଲେ ଓ ସେ ମଧ୍ୟ ଏମିତି କାମ  କରିବା ପାଇଁ ଠିକାଦାରକୁ ମନା କରିଥିଲେ। ଏକ୍ଜୁନର ଓ ଏସଡିଓ ଆସି ରାସ୍ତାକାମ ଯାଞ୍ଚ କରିବେ ତାପରେ କାମ ଆରମ୍ଭ କରିବେ ବୋଲି ଯନ୍ତ୍ରୀ ଶ୍ରୀଯୁକ୍ତ ବେହେରା ରାସ୍ତା ନିର୍ମାଣ କାମ ବନ୍ଦ କରିଦେଇଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories