www.samajalive.in
Sunday, December 14, 2025
15.1 C
Bhubaneswar

କିରାସିନି ଯାଞ୍ଚ ହେବ କଡ଼ାକଡ଼ି : ଜିଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଖାଉଟିମାନଙ୍କୁ ନିର୍ଦ୍ଧାରିତ ଦରରେ କିରାସିନି ଯୋଗାଇଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଡଧାରୀମାନଙ୍କୁ ଯେପରି ଜିଲ୍ଲା ନିମନ୍ତେ ନିର୍ଦ୍ଧାରିତ ଦରରେ ଏବଂ ଧାର୍ୟ୍ୟ ପରିମାଣର କିରୋସିନି ବିକ୍ରି କରାଯିବ ସେଥି ନିମନ୍ତେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆଜି ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ ରାଜ୍ୟର ସବୁ ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି। କିରାସିନିର ବିକ୍ରି ଦର ଜିଲା ସ୍ତରରେ ସ୍ଥିର କରାଯାଉଥିବା ଦୃଷ୍ଟିରୁ ସ୍ଥିରୀକୃତ ଦରରେ କିରୋସିନି ବିକ୍ରି ଉପରେ ଗୁରୁତ୍ୱ ଦିଆଯାଇଛି। କିରୋସିନିର ଲିଟର ପିଛା ଦର ଏବଂ କାର୍ଡପିଛା ମିଳିବାକୁ ଥିବା କିରାସିନିର ପରିମାଣ ସଂପର୍କରେ ଖାଉଟିମାନଙ୍କୁ ସଚେତନ କରିବା ନିମନ୍ତେ ବ୍ୟାପକ ପ୍ରଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ସୁଲଭ ମୂଲ୍ୟ ଦୋକାନ ଏବଂ ହୋଲ୍‌ସେଲ୍‌ ଦୋକାନ ସମ୍ମୁଖରେ ଲାଗିଥିବା ବୋର୍ଡରେ କିରୋସିନିର ଲିଟର ପିଛା ଦର ଏବଂ ଗଚ୍ଛିତ ଥିବା କିରାସିନି ପରିମାଣ ଏବଂ ହିତାଧିକାରୀଙ୍କ ପ୍ରାପ୍ୟ ବିଷୟରେ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିରୋସିନିର ସୁଷମ ବଣ୍ଟନ ଏବଂ କଳାବଜାରୀ ରୋକିବା ନିମନ୍ତେ ଜିଲ୍ଲା, ସବ୍‌ଡିଭିଜନ୍‌ ଏବଂ ବ୍ଲକ୍‌ ସ୍ତରରେ ସ୍କ୍ୱାଡ ଗଠନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ସ୍କ୍ବାର୍ଡ ଗୁଡ଼ିକ ନିୟମିତ ଭାବେ ସୁଲଭ ଦର ଦୋକାନ ଯାଞ୍ଚ କରିବା ପାଇଁ କୁହାଯାଇଛି। ଏଥି ସହିତ କୌଣସି ଅସାଧୁ ରିଟେଲର ଚଢ଼ା ଦରରେ କିରୋସିନି ବିକ୍ର କରିବା ନଜରକୁ ଆସିଲେ ଓଡ଼ିଶା ପବ୍ଲିକ୍‌ ଡିଷ୍ଟ୍ରି ବ୍ୟୁସନ୍‌ ସିଷ୍ଟମ(କ​‌େ​‌ଣ୍ଟ୍ରାଲ) ଅର୍ଡର, ୨୦୧୬ ଅନୁଯାୟୀ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ତୁରନ୍ତ ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ କୁହାଯାଇଛି। ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଧିକ ତତ୍ପରତା ପ୍ରକାଶ ପୂର୍ବକ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories