www.samajalive.in
Wednesday, December 10, 2025
23.1 C
Bhubaneswar

ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ହୋମ୍‌ କ୍ବାରେଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ସହରାଞ୍ଚଳ ହୋମ୍‌ କ୍ୱାରାଣ୍ଟାଇନ୍‌ ସଂପର୍କିତ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି।  ବିମାନ ଓ ରେଳରେ ଆସୁଥିବା ପ୍ରବାସୀ ଓଡ଼ିଆ ଘରେ ସ୍ୱତନ୍ତ୍ର ଶୌଚାଳୟ ସଲଗ୍ନ ଥିବା କକ୍ଷ ଥିଲେ ହିଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରି​‌​‌ବେ। ସଂପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କର ସଂପୂର୍ଣ୍ଣ ପରିବାର ମଧ୍ୟ ଏହି ଅବଧି ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଗୃହ ସମ୍ମୁଖରେ କ୍ୱାରାଣ୍ଟାଇନ୍‌ ଷ୍ଟିକର ଲଗାଯିବ। ପଡ଼ୋଶୀମାନଙ୍କୁ ମଧ୍ୟ ଅବଗତ କରାଯିବ।  ସେମାନେ ଉକ୍ତ ଗୃହର ବାସିନ୍ଦାମାନଙ୍କ ଉପରେ ନଜର ରଖିବେ। ଯଦି ଏହି କ୍ୱାରାଣ୍ଟାଇନ୍‌ ପରିବାର ସରକାରଙ୍କ ପ୍ରୋଟୋକଲ୍‌ ଅନୁପାଳନ ନକରନ୍ତି, ତେବେ ସ୍ଥାନୀୟ ପଡ଼ୋଶୀମାନେ ତୁରନ୍ତ ସ୍ଥାନୀୟ ୱାର୍ଡ ଅଫିସର/ପୋଲିସ୍‌କୁ ସୂଚନା ଦେବେ ବୋଲି ରାଜ୍ୟ ସରକାରଙ୍କ ସହରାଞ୍ଚଳ ହୋମ୍‌ କ୍ବାରେଣ୍ଟାଇନ୍‌ ମାର୍ଗଦର୍ଶିକାରେ ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧିକୁ ୧୪ରୁ ୨୮ ଦିନକୁ ବୃଦ୍ଧି କରାଯାଇଛି।  ଯେଉଁମାନେ ବିମାନ ଓ ରେଳ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କ ନିମନ୍ତେ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ରୋଗ ନିରୀକ୍ଷଣ ଦଳ ପକ୍ଷରୁ ପ୍ରତ୍ୟେକ କ୍ୱାରାଣ୍ଟାଇନ୍‌ ପରିବାରର ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବ। ଯଦି ସଂପୃକ୍ତ ପରିବାର ପକ୍ଷରୁ ରାସନ୍‌, ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାର ଅସୁବିଧା ସୃଷ୍ଟି ହୁଏ। ସେ କ୍ଷେତ୍ରରେ ପଡ଼ୋଶୀମାନେ ସହାୟତା କରିବେ। କ୍ୱାରାଣ୍ଟାଇନ୍‌ ପରିବାର ଅନ୍‌ଲାଇନ୍‌ରେ ମଧ୍ୟ ଆବଶ୍ୟକୀୟ ସାମଗ୍ରୀ ମଗାଇ ପାରିବେ ବୋଲି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ସୂଚନା ଦେଇଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories