www.samajalive.in
Saturday, December 13, 2025
26.1 C
Bhubaneswar

ଜାନୁୟାରୀ ମାସରେ  ୪୦୮ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସୀମାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ବୃଦ୍ଧି ପାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ କେବଳ ଜାନୁୟାରୀ ମାସରେ ପାକିସ୍ତାନ ୪୦୮ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏହି ସମୟ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨୫ ଜଣ ଯବାନ ଆହତ ହୋଇଛନ୍ତି। ସେହିଭଳି ଗତବର୍ଷ ଡିସେମ୍ବର ମାସରେ ପାକିସ୍ତାନ ୧୪୮ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ଏହି ଘଟଣାରେ ଜଣକର ମୃତ୍ୟୁ ହେବା ସହ ୩ ଜଣ ଯବାନ ଆହତ ହୋଇଥିଲେ। ତେବେ ସେନା ଏବଂ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏହାର ଉଚିତ ଜବାବ ଦିଆଯିବା ସହ ଏ ସମ୍ପର୍କରେ ପାକିସ୍ତାନ ସହ ଆଲୋଚନା କରାଯାଉଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories