www.samajalive.in
Saturday, December 6, 2025
23.1 C
Bhubaneswar

ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ଦର୍ଶାଉଛି – ଧର୍ମେନ୍ଦ୍ର

ଭୁବନେଶ୍ୱର : ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦୀ ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ନିଆଯାଇଥିବା ଘୋଷଣାକୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର କରୋନା ଆହ୍ୱାନର ମୁକାବିଲା କରିବା ପାଇଁ ସମାଜର ସବୁ ବର୍ଗଙ୍କୁ ଧ୍ୟାନରେ ରଖି କାର୍ଯ୍ୟ କରୁଛନ୍ତି। ଦେଶର ଅର୍ଥନୀତିକୁ ପୁଣି ଥରେ ମଜବୁତ୍‍ କରିବା ଦିଗରେ ମୋଦିଙ୍କ ସକ୍ରିୟ ପଦକ୍ଷେପ ଜାରୀ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।

କରୋନା ଭଳି କଠିନ ସମୟରେ ଲୋକମାନେ ଆବଶ୍ୟକ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ଲୋକମାନଙ୍କ ପାଇଁ ସହାୟକ ହୋଇଛନ୍ତି। ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, ଛୋଟ ବ୍ୟବସାୟୀ ଓ ଗହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଆର୍ଥିକ ସବଳ ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତିା ଆଜିର ଘୋଷଣାରେ ଗ୍ରାମାଚଂଳ ଅର୍ଥନୀତିକୁ ସଦୃଢ କରିବା ତଥା କୃଷକ ଏବଂ କୃଷି ଉତ୍ପାଦକୁ ବଢେଇବା ପାଇଁ ଉଦ୍ୟମ କରାଯାଇଛି। କିଷାନ କ୍ରେଡିଟ୍‍ ମାଧ୍ୟମରେ ୨.୫ କୋଟି ଚାଷୀଙ୍କୁ ଲୋନ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହା କରୋନା ମହାମାରୀ ପ୍ରଭାବରୁ ଅନ୍ନଦାତାଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ।

- Advertisement -

ସେହିପରି ପ୍ରବାସୀ ଶ୍ରମିକଙ୍କ ରହିବା ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କମ ଟଙ୍କାରେ ଭଡା ଘର ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି। ୫୦ ଲକ୍ଷ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ହୋଇଛି। ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ। ଅପରପକ୍ଷରେ ଗରିବଙ୍କ କଲ୍ୟାଣଙ୍କୁ ନିଶ୍ଚିତ କରାଯାଇଛି। ଭାରତ ଆତ୍ମନିର୍ଭର ପ୍ୟାକେଜରେ ଆଦିବାସୀଙ୍କୁ ମଧ୍ୟ ଧ୍ୟାନ ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories