ଭୁବନେଶ୍ବର : କୋଭିଡ୍-୧୯ ଲଢ଼େଇ ପାଇଁ ଗୃହ ବିଭାଗ ପକ୍ଷରୁ ୨୩୯୪ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପୁନର୍ବାର ଠିକା ନିଯୁକ୍ତି ଦିଆଯିବା ଲାଗି ପୁଲିସ ମହାନିର୍ଦେଶକଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟ ପୁଲିସ ବାହିନୀରେ ଦେଖାଦେଇଥିବା ଲୋକବଳର ଅଭାବକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ଏପ୍ରିଲ ୮ରେ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଗୃହ ବିଭାଗ ପକ୍ଷରୁ ପୁଲିସ ମୁଖ୍ୟାଳୟକୁ ଦିଆଯାଇଥିବା ଚିଠିରେ ୩ ମାସ ପର୍ଯ୍ୟନ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ୩ ମାସ ପରେ ଆବଶ୍ୟକତା ଥିଲେ ଉକ୍ତ ସ୍ବତନ୍ତ୍ର ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ଉପରେ ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇପାରିବ। ଅର୍ଥ ବିଭାଗରୁ ଏହି ନିଯୁକ୍ତିକୁ ସହମତି ଦିଆଯାଇଥିବା ଜଣାପଡିଛି। ଏହା ପୂର୍ବରୁ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ଗୃହବିଭାଗ ଅନୁମତି ଦେଇଥିଲା।
Popular Categories



