www.samajalive.in
Saturday, December 13, 2025
21.1 C
Bhubaneswar

ଗ୍ରାମବାସୀଙ୍କ ପ୍ରଶ୍ନ – କେବେ କାର୍ଯ୍ୟକ୍ଷମ ହେବ ବଡଟୀକା ଗ୍ରାମର ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର

ଲୋଇସିଂହା : ବଲାଙ୍ଗିର ଜିଲା ଲୋଇସିଂହା ନିକଟସ୍ଥ ଆଗଲପୁର ବ୍ଳକରେ ଗତ ୨ ବର୍ଷରୁ ଅଧିକ ସମୟ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧିନ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ସଂପୂର୍ଣ୍ଣ ହୋଇ ପାରୁ ନ ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଲମ୍ବ ଯୋଗୁଁ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ମାନଙ୍କ ମଧ୍ୟରେ ଦୁର୍ନିତୀର ମଧୁଚନ୍ଦ୍ରିକା ଯୋଗୁଁ ଅତି ମନ୍ଥର ଗତିରେ କାମ ଚାଲିଥିବା ଏବଂ ନିମ୍ନ ମାନର କାମ ଯୋଗୁଁ ଏହାର ସ୍ଥାୟିତ୍ୱ ନେଇ ମଧ୍ୟ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବଡଟୀକା ଗ୍ରାମରେ ଏକ ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୯୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା ଏବଂ ଟେଣ୍ଡର ହେବା ସହ ୨୦୧୮ରେ କାମ ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର  ନିର୍ବାଚନକୁ ଆଖି ଆଗରେ ରଖି ଗତ ୨୫ ଫେବୃୟାରୀ ୨୦୧୯ ରେ ତତ୍କାଳୀନ ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ଲୋଇସିଂହା ବିଧାୟକ ଯୋଗନ୍ଦ୍ର ବେହେରା ଏହାର ଭତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଚରମ ଅବହେଳା ତଥା ଠିକାଦାରଙ୍କ ଉଦାସୀନତା ଯୋଗୁଁ ୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଆୟୁର୍ବେଦ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି। ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ବ୍ୟବସ୍ଥା ଅନିଶ୍ଚିତ ମଧ୍ୟରେ ରହିଛି। ପ୍ରାୟ ୨/୩ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖର୍ଚ୍ଚ ଅଟକଳ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟସୀମାରେ କାମ ସଂପୂର୍ଣ୍ଣ ନ ହୋଇ ଅହେତୁକ ବିଳମ୍ବ ଯୋଗୁଁ ଦରଦାମ ବୃଦ୍ଧି ପାଉଛି। ଯଦ୍ୱାରା ନିର୍ମାଣ ସାମଗ୍ରୀର ଦରବୃଦ୍ଧି ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ତଦାରଖ ଅବହେଳାରୁ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ସୂଚନା ଦେଇ ଏହାର ସ୍ଥାୟିତ୍ୱ ପ୍ରତି ମଧ୍ୟ ଗ୍ରାମବାସୀମାନେ ଅଙ୍ଗୁଳୀ ନିର୍ଦ୍ଦେଶ କରିଛନ୍ତି। ଏହି ପରିସ୍ଥିତିରେ ଗ୍ରାମବାସୀଙ୍କ ପାଇଁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କେବେ ହୋଇ ପାରିବ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories