www.samajalive.in
Monday, December 8, 2025
27.1 C
Bhubaneswar

ବେଆଇନ କରତ କଳ ଉପରେ ଚଢ଼ାଉ : କାଠ ଓ ଯନ୍ତ୍ରପାତି ଜବତ

ସମ୍ବଲପୁର: ବନ ଓ ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ ସମ୍ବଲପୁର ଠାରେ ଚାଲିଥିବା ଏକ ବେଆଇନ କରତ କଳରୁ ଲକ୍ଷାଧିକ ଟଙ୍କାର କାଠ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ ହୋଇଛି। ବିଭାଗ ତରଫରୁ ଜାରି ସୂଚନାନୁଯାୟୀ ମଙ୍ଗଳବାର ସକାଳ ସମୟରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ବନ ଓ ଭିଜିଲାନ୍ସ ବିଭାଗ ତରଫରୁ ମିଳିତ ଭାବରେ ସହରର କେନ୍ଦ୍ରସ୍ଥଳରେ ରହିଥିବା ଫାର୍ମ ରୋଡ ଅଞ୍ଚଳର ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୪୬ ସିଏଫଟିରୁ ଅଧିକ ବିଭିନ୍ନ କିସମର କାଠ ଜବତ କରାଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଏବଂ ବିଭିନ୍ନ ପ୍ରକାରର କରତ କଳର ଯନ୍ତ୍ରପାତି ଓ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାକୁ ମିଶାଇ ସମୁଦାୟ ୪ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏ ସର୍ମ୍ପକରେ ବନ ବିଭାଗର ଆଇନ ଅନୁଯାୟୀ ମାମଲା ନଂ ୨/୨୦୨୦ ରୁଜୁ କରାଯାଇ ସମ୍ବଲପୁର ବନ ବିଭାଗର ସଦର ରେଞ୍ଜ ଅଧିକାରୀଙ୍କୁ ଅଧିକ ଯାଞ୍ଚ ପାଇଁ ଦିଆଯାଇଛି ବୋଲି ବନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରୁ ଏ ପର୍ଯ୍ୟନ୍ତ ଏହି ଚଢ଼ଉକୁ ମିଶାଇ ସମ୍ବଲପୁର ସହର ମଧ୍ୟରେ ଚାଲିଥିବା ୪ଥର ଅବୈଧ୍ୟ କରତ ଗୁଡିକ ଉପରେ ଚଢ଼ାଉ କରାଯାଇଛି। ପ୍ରତି ଥର ଲକ୍ଷ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରପାତି ସହରର ମଧ୍ୟ ଭାଗରେ ରହିଥିବା ଏହି କରତ କଳ ଗୁଡିକରୁ ଜବତ ହୋଇଛି। କିନ୍ତୁ ବାରମ୍ବାର ସରକାରୀ ଜମି ଓ ଅନ୍ୟ ସ୍ଥାନରେ କରତ କଳ ଚାଲିବା ଓ ଅଭିଯୁକ୍ତ ଧରା ନ ପଡିବା ଘଟଣା ସାଧାରଣରେ ପୁଲିସ, ବିଦ୍ୟୁତ ଓ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ସହରର ଅତ୍ୟନ୍ତ ଘନ ଜନବସତି ଅଞ୍ଚଳରେ ଏଭଳି ବେଆଇନ କରତ କଳ ଚାଲୁବା ଅତ୍ୟନ୍ତ ସଙ୍ଗୀନ ଘଟଣା ଅଟେ। ଘନ ଜନବସତି ଅଞ୍ଚଳରେ କରତ କଳ ଗୁଡିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ସଂଯୋଗ କରି କାର୍ଯ୍ୟ କରୁଥିବାରୁ ଏଥିରେ ବିଦ୍ୟୁତ ବିଭାଗର କିଛି ଅସାଧୁ କର୍ମଚାରୀ ଙ୍କର ସ୍ପଷ୍ଟ ସଂପୃକ୍ତି ରହିଥିବାର କୁହାଯାଉଛି। ବେଆଇନ କରତ କଳ ଚାଲିବା ଏବଂ କରତ କଳକୁ ବଡ ବଡ କାଠ ଗଣ୍ଡି ଆସିବା ଓ କାଠ ପଟା ନିୟମିତ ଚାଲାଣ ହେଉଥିବା ପୁଲିସ ଓ ବନ ବିଭାଗର ଜ୍ଞାତସାରରେ ଚାଲୁଥିବାର ଚର୍ଚ୍ଚା ହେଉଛି। ଏବେ ମଧ୍ୟ ସହର ମଧ୍ୟରେ ବହୁ ବେଆଇନ କରତ କଳ ଚାଲୁଥିବାର କୁହାଯାଉଛି। ଏଣୁ ସରକାରୀ ବିଭାଗ ମାନେ ସେମାନଙ୍କର ଦାୟିତ୍ୱ ଠିକ ଭାବରେ ସମ୍ପାଦନ କରି ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ପପରିବେଶବିତ ମାନଙ୍କ ସମେତ ସହରବାସୀ ଦାବୀ କରୁଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories