www.samajalive.in
Monday, December 8, 2025
13.1 C
Bhubaneswar

୧୬ରୁ ଦ୍ବିତୀୟ ପର୍ଯ୍ୟାୟ ‘ବନ୍ଦେ ଭାରତ ମିଶନ: ୩୧ ଦେଶରୁ ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଯୋଜନା । ବନ୍ଦେ ଭାରତ ମିଶନରେ ଉଭୟ ଜଳ ଓ ଆକାଶପଥରେ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦେଶରୁ ୬୪ ବିମାନରେ ପ୍ରବାସୀଙ୍କ ଫେରନ୍ତା ବ୍ୟବସ୍ଥା କରାଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମିଶନ ଶେଷ ପରେ ୧୬ରୁ ଦ୍ବିତୀୟ ପର୍ଯ୍ୟାୟ ମିଶନ ଆରମ୍ଭ ହେବ । ଦ୍ବିତୀୟ ପର୍ଯ୍ୟାୟରେ ୧୪୯ଟି ବିମାନରେ ୩୧ ଦେଶର ପ୍ରବାସୀ ଭାରତ ଫେରିବେ ବୋଲି ସୂଚନା ମିଳିଛି ।

- Advertisement -

ବନ୍ଦେ ଭାରତ ମିଶନ ଜରିଆରେ ଆଜି ୪ଟି ବିମାନରେ  ପ୍ରବାସୀ ଭାରତ ଫେରୁଛନ୍ତି । ଗୋଟିଏ ବିମାନ ଢ଼ାକାରୁ ବାହାରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟର ୩ ସହର କୁଏତ, ମସ୍କଟ ଏବଂ ସାରଜାରୁ ପ୍ରବାସୀ ଭାରତ ଫେରୁଛନ୍ତି ।  ପୂର୍ବରୁ ବାହାରିନ୍, ଦୁବାଇ, ସିଙ୍ଗାପୁର, ଢ଼ାକାରୁ କେତୋଟି ବିମାନ ଭାରତ ଆସିଛି । ବର୍ତମାନ ପ୍ରାୟ ୮୦ ହଜାର ପ୍ରବାସୀ ଭାରତ ଫେରିବାକୁ ପଞ୍ଜିକରଣ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ଛାତ୍ରଛାତ୍ରୀ ରହିଛନ୍ତି । ଅନ୍ୟପକ୍ଷରେ ଦ୍ବିତୀୟ ପର୍ଯ୍ୟାୟରେ ବନ୍ଦେ ଭାରତ ମିଶନରେ ଭୁବନେଶ୍ବରକୁ ୩ଟି ବିମାନ ଆସିବ ବୋଲି ସ୍ଥିର ହୋଇଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories