www.samajalive.in
Saturday, December 13, 2025
26.1 C
Bhubaneswar

ମେ ୧୭ ପରର ସ୍ଥିତି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଅନୁରୂପ ଭାବରେ ଲକ୍ଡ଼ାଉନ କୋହଳ କରି ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ନଗଦ ରାଶି ଦେବାକୁ ଦାବି ଉଠାଇଛନ୍ତି । ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ଓ ମେ ୧୭ ପରର ଭବିଷ୍ୟତ ପନ୍ଥା ସମ୍ପର୍କରେ ଆଲୋଚନା କରିବାକୁ ସମୟ ସ୍ଥିର ହୋଇଛି । ଆସନ୍ତାକାଲି ଅପରାହ୍ଣ ୩ଟାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଚି ।

ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା ହେବ ଏବଂ ଏହି ଆଲୋଚନାରେ ମେ ୧୭ ପରର ସ୍ଥିତି ବାବଦରେ ଚର୍ଚ୍ଚା ହେବ ।  ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ସହ ବିଭିନ୍ନ  ବିଭାଗର ସଚିବ ଏହି ସମୟରେ ଉପସ୍ଥିତ ରହିବେ ।  ୧୭ ତାରିଖପରର ରଣନୀତି ବାବଦରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯିବ ।ଏହାପୂର୍ବରୁ ମେ ୩ରେ ଲକଡାଉନ ପାର୍ଟ ୨ ଶେଷ ହେବା ପୂର୍ବରୁ ଏପ୍ରିଲ ୨୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହାପରେ ଲକଡାଉନକୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories