www.samajalive.in
Thursday, December 11, 2025
16.1 C
Bhubaneswar

ଗଂଜାମ ସ୍ଥିତି ଉଦବେଗଜନକ – ଜିଲ୍ଲାର ୪ଟି ସ୍ଥାନରେ ଖୋଲିଲା ନୂଆ କୋଭିଡ ୧୯ କେନ୍ଦ୍ର

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ନେଇ ଗଞ୍ଜାମ ଜିଲ୍ଲାରେ ଏକ ପ୍ରକାର ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଆଜି ପୂର୍ବାହ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୧୮ ରେ ପହଞ୍ଚିଛି। ଜିଲ୍ଲାର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ସୁରଟ ଫେରନ୍ତା ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ଜିଲ୍ଲାରେ ସଙ୍ଗରୋଧ କେନ୍ଦ୍ରରେ ଥିବା ସୁରଟ ଫେରନ୍ତା ଲୋକଙ୍କ ସ୍ୱାସ୍ଥ୍ୟ ଓ ସ୍ୱାବ ପରୀକ୍ଷା ଚାଲୁ ରହିଥିବା ବେଳେ ରୋଗ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ସମଗ୍ର ଜିଲ୍ଲାରେ ଗତ ୪୮ଦିନରେ କୌଣସି ରୋଗୀ କିମ୍ବା ଭୁତାଣୁ ସଂକ୍ରମଣ ଘଟଣା ନ ଥିଲା। ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଲୋକ ଫେରିବା ପରେ କିନ୍ତୁ ସ୍ଥିତି ବଦଳି ଯାଇଛି। ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଲୋକଙ୍କ ମଧ୍ୟରୁ ସୁରଟ ଫେରନ୍ତା ଅଧିକାଂଶ ଲୋକ ଭୁତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଜିଲ୍ଲାକୁ ବିଭିନ୍ନ ଉପାୟରେ ଭାବେ ପ୍ରାୟ ୨୭ ହଜାର ଲୋକ ଫେରିଛନ୍ତି। ଆଜି ଆଉ ତିନିଟି ଟ୍ରେନରେ ୩୫୬୩ ଜଣ ପହଁଚିଥିବା ବେଳେ ଗତକାଲି ଦୁଇଟି ଟ୍ରେନରେ ୨୩୬୧ ଜଣ ସୁରତରୁ ଆସି ପହଞ୍ଚିଥିଲେ।

ଜିଲ୍ଲାରେ ୫୦୩ଟି ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଗୋଟିଏ କୋଭିଡ-୧୯ କେୟାର ସେଣ୍ଟର କରାଯାଇଛି। ସେଥିରେ ଆଇସିୟୁ ଶଯ୍ୟା ସମେତ ୨ ଶହ ଶଯ୍ୟା ରହିଛି। ଦିନକୁ ଦିନ ପ୍ରବାସୀ ଓଡ଼ିଆ ଲୋକ ଫେରୁଥିବା ବେଳେ ଅଧିକ ସଙ୍ଗରୋଧ କେନ୍ଦ୍ର ଏବଂ କୋଭିଡ-୧୯ କେୟାର ସେଣ୍ଟର ଆବଶ୍ୟକ ହୋଇଛି। ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ଜିଲ୍ଲାର ଚାରିଟି ସ୍ଥାନରେ ଆଉ ୪ଟି କୋଭିଡ-୧୯ କେୟାର ସେଣ୍ଟର ଖୋଲିଛନ୍ତି। ସେସବୁରେ ମୋଟ ୪୭୦ ଶଯ୍ୟା ବ୍ୟବସ୍ଥା ହୋଇଛି। ହିଂଜିଲି ସ୍ଥିତ ଏସ .ଡି. ଏଚ. ନୂତନ କୋଠା, ପାରଳା ମହାରାଜା ଇଂଜିନିୟରିଂ କଲେଜ ହଷ୍ଟେଲ, ଛତ୍ରପୁର ସାଇନ୍ସ କଲେଜ ଓ ଭଞ୍ଜନଗର ସି ଟି ଟ୍ରେନିଂ ସ୍କୁଲରେ ସେହି କେନ୍ଦ୍ର ଖୋଲାଯାଇଛି।

- Advertisement -

ତେବେ ଜିଲ୍ଲାରେ ବର୍ତ୍ତମାନ ଯାଏଁ ଭୁତାଣୁ ସଂକ୍ରମିତମାନଙ୍କୁ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି। ଆଜି ପୂର୍ବାହ୍ନରେ ବ୍ରହ୍ମପୁର ଉପକଣ୍ଠ ହରିଡାଖଣ୍ଡିର ଶ୍ରୀ ରାଧାକୃଷ୍ଣ ମଠର ଜଣେ ବାବା ଅସୁସ୍ଥ ଥିବା କାରଣରୁ ହସପିଟାଲକୁ ନିଆଯାଇଛି। ତାଙ୍କୁ ସନ୍ଦିଗ୍ଧ କରୋନା ରୋଗୀ ଭାବେ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories