www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଟିଟିଲାଗଡ଼ରେ ପହଁଚିଲେ ୧୨ଶହ ପ୍ରବାସୀ ଓଡ଼ିଆ

ସମାଜ ପୋର୍ଟାଲ ଡେସ୍କ: ପେଟ ପାଟଣା ପାଇଁ ମହାରାଷ୍ଟ୍ରରେ ଦାଦନ ଖଟୁଥିବା ୧୨ଶହ ଶ୍ରମିକ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ମହାରାଷ୍ଟ୍ରର ପାଲମରୁ ଆସି ବଲାଙ୍ଗୀର ଜ଼ିଲ୍ଲା ଟିଟିଲାଗଡ ରେଳ ଷ୍ଟେସନରେ ପହଂଚିଛନ୍ତି। ଏହି ଟ୍ରେନରେ ୨୮ଟି ଜ଼ିଲ୍ଲାର ପ୍ରବାସୀ ଶ୍ରମିକ ଥିବାବେଳେ ବଲାଙ୍ଗୀର ଜ଼ିଲ୍ଲାର ୨୦୩ ଜଣ ଶ୍ରମିକ ଅଛନ୍ତି। ଶ୍ରମିକମାନଙ୍କୁ ନେବା ପାଇଁ ୪୦ରୁ ଉର୍ଦ୍ଧ୍ବ ବସ ବ୍ୟବସ୍ଥା ହୋଇଛି। ଟିଟିଲାଗଡ ସହରରେ କର୍ଫ୍ୟୁ ଜାରୀ ହୋଇଥିବା ବେଳେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରେଳ ଷ୍ଟେସନକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ସହିତ ସମସ୍ତ କର୍ମଚାରୀ ସଜାଗ ରହିଛନ୍ତି। ଶ୍ରମିକମାନଙ୍କ ପାଇଁ ଖାଇବା ପ୍ୟାକେଟ ବ୍ୟବସ୍ଥା ପରେ ନିଜ ଜିଲ୍ଲାରୁ ଆସିଥିବା ବସରେ ସେମାନଙ୍କ ଜ଼ିଲ୍ଲାକୁ ପଠାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories