www.samajalive.in
Friday, December 5, 2025
17.1 C
Bhubaneswar

ମଦ ହୋମ୍‌ ଡେଲିଭରି ପାଇଁ ସୁପ୍ରିମକୋର୍ଟଙ୍କ ସଙ୍କେତ

ନୂଆଦିଲ୍ଲୀ: କୌଣସି ରାଜ୍ୟରେ ମଦ ବିକ୍ରି ହେବ କି ନାହିଁ ସେନେଇ ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏ ବିଷୟରେ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଦେବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ଅବସରରେ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ମଦ ହୋମ୍‌ ଡେଲିଭରି ସମ୍ପର୍କରେ ସଙ୍କେତ ଦେଇଛନ୍ତି। ରାଜ୍ୟ ସରକାର ଚାହିଁଲେ ପରୋକ୍ଷା ଭାବେ ଅର୍ଥାତ ହୋମ୍‌ ଡେଲିଭରି ଜରିଆରେ ଲୋକଙ୍କୁ ମଦ ଯୋଗାଇ ପାରିବେ। ଏ ନେଇ ରାଜ୍ୟ ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ମଦ ଦୋକାନ ଖୋଲିଲେ ସାମାଜିତ ଦୂରତା ରକ୍ଷା କରିବା ଦିନରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲାଯିବା ପରେ ଦୋକାନ ଆଗରେ ପ୍ରବଳ ଭିଡ ସୃଷ୍ଟି ହୋଇଥିଲା। ଏହା ଦ୍ବାରା କରୋନା ବିରୋଧୀ ଲଢ଼େଇର ବଡ଼ ଅସ୍ତ୍ର କୁହାଯାଉଥିବା ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories