www.samajalive.in
Friday, December 5, 2025
26.1 C
Bhubaneswar

ସ୍କୁଲ୍ ପିଲାଙ୍କ ପାଇଁ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା

ଭୁବନେଶ୍ଵର : ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା କାରଣରୁ ପାଠ ପଢାରେ ବ୍ୟାହତ ସୃଷ୍ଟି ହୋଇଛି । ଦେଶରେ ଏବଂ ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ବିଗିଡିଯାଉଥିବା କାରଣରୁ ସ୍କୁଲ ପିଲାଙ୍କ ପାଇଁ ଶ୍ରେଣୀ ଗୃହରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗ କରିବା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି । ନସିଇଆରଟି ନିର୍ଦ୍ଦେଶକଙ୍କ ସୂଚନା ଅନୁଯାଇ ପିଲାଙ୍କ ପାଠ ପଢାରେ ବ୍ୟାହତ ହେଉଥିବା କାରଣରୁ ଶ୍ରେଣୀ ଗୃହରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗ କରିବା ପାଇଁ ଯୋଜନା କରାଯାଉଛି । 

ଏହି ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଅନୁସାରେ ଯୁଗ୍ମ ତାରିଖରେ ଯୁଗ୍ମ ରୋଲ ନମ୍ବର ଥିବା ପିଲା ସ୍କୁଲ ଆସିବେ ଏବଂ ଅଯୁଗ୍ମ ତାରିଖ ଦିନ ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ସ୍କୁଲ ଆସିବେ । ନସିଇଆରଟି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ଗାଇଡ଼ଲାଇନ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯିବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ଅନୁମତି ପରେ ସମସ୍ତ ରାଜ୍ୟ ଗୁଡ଼ିକୁ ପଠାଯିବ । ରାଜ୍ୟ ସରକାର ଚାହିଁଲେ ଏହାକୁ ସଂଶୋଧନ କରି ଲାଗୁ କରିପାରିବେ । ଏହି ବ୍ୟବସ୍ଥାର ମୂଳ ଆଧାର ରହିବ ସାମାଜିକ ଦୂରତା । ସ୍କୁଲ ଖୋଲିଲେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories