www.samajalive.in
Saturday, December 13, 2025
14.1 C
Bhubaneswar

କେନ୍ଦ୍ରର ସବୁଜ ସଙ୍କେତ; ରଥ ଖଳାରେ ହୋଇ ପାରିବ ରଥ କାର୍ଯ୍ୟ

ଭୁବନେଶ୍ବର/ପୁରୀ: ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ରଥ ନିର୍ମାଣ କାର୍ଯ୍ୟ । କିଛି ସର୍ତ ସହ ରଥ ଖଳାରେ ରଥ ନିର୍ମାଣକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ । ତେବେ ରଥ ନିର୍ମାଣ ମୟରେ ଲକ୍ଡ଼ାଉନ ନିୟମ ଯେପରି ଉଲ୍ଲଙ୍ଘନ ହେବ ନାହିଁ ତାହାକୁ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଗୃହ ବିଭାଗ ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପକ୍ଷରେ  ରଥଯାତ୍ରା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛି କେନ୍ଦ୍ର । ସେହି ସମୟର ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର ବୋଲି କେନ୍ଦ୍ର ପରାମର୍ଶ ଦେଇଛି ।

 ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ  ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିଲା । ରଥ ଖଳା କୌଣସି ପବ୍ଳିକ୍ ପ୍ଳେସ୍‌ ହୋଇନଥିବାରୁ ଏଠାକୁ କୌଣସି ସାଧାରଣ ଲୋକ ଆସିବାର ଆଶଙ୍କା ନାହିଁ । ଏଣୁ ଏଠାରେ ଧାର୍ମିକ ଏକତ୍ରୀକରଣ ହେବ ନାହିଁ । ଏଥିସହିତ ଭାରତ ସରକାରଙ୍କ ଲକ୍‌ଡାଉନ୍‌ ଗାଇଡଲାଇନ୍‌ ଏବଂ କୋଭିଡ-୧୯ ମୁକାବିଲା ନେଇ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରେ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ରଥ ନିର୍ମାଣ ନେଇ ଅନୁମତି ମଗାଯାଇଥିଲା ପରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ତେବ ଗୁରୁବାର ଏ ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ନକରିବା ସହ ଲକ୍‌ଡାଉନ୍‌ ନିୟମ ପାଳନର ସର୍ତ୍ତ ସହ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ।

- Advertisement -

ପରମ୍ପରା ଅନୁଯାୟୀ, ପ୍ରତ୍ୟେକବର୍ଷ ଅକ୍ଷୟତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଲକ୍‌ଡାଉନ ଯୋଗୁଁ ବିଧିରକ୍ଷା ପାଇଁ ଶ୍ରୀମନ୍ଦିର ବେଢାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲେ ମଧ୍ୟ ରଥଖଳାରେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ ଅସନ, ଧଉରା ଏବଂ ଫାସିକାଠର ଆବଶ୍ୟକତା ରହିଛି। ଗତବର୍ଷଠାରୁ ୧୯୩ଖଣ୍ଡ କାଠ ବ୍ୟବହାର ନହୋଇ ବଳକା ରହିଥିବାରୁ ଚଳିତବର୍ଷ ରଥ ନିର୍ମାଣ ପାଇଁ ଆଉ ୬୭୨ଖଣ୍ଡ କାଠ ଯୋଗାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଥିଲା। ନୟାଗଡ, ଘୁମୁସର ଏବଂ ବୌଦ୍ଧ ବନଖଣ୍ଡରୁ ଏପର୍ଯ୍ୟନ୍ତ ୩୬୧ଖଣ୍ଡ କାଠ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି। ଶ୍ରୀରାମନବମୀ ତିଥିରୁ ଖପୁରିଆ କରତକଳରେ ରଥକାଠ ଚିରଟ ଆରମ୍ଭ ହୋଇଛି।

ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ଶୁକ୍ରବାର ମହାରଣା ସେବକଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏକ ବୈଠକ ଡକାଯାଇଛି। ତେବେ ରଥ ନିର୍ମାଣ ୧୨ଦିନ ବିଳମ୍ବ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ହୋଇପାରିବ କି ନାହିଁ ଏବେଠାରୁ କହିବା ଉଚିତ ହେବନାହିଁ ବୋଲି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories