www.samajalive.in
Wednesday, December 10, 2025
18.1 C
Bhubaneswar

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା ବୁଦ୍ଧପୂର୍ଣ୍ଣିମା

ଭୁବନେଶ୍ବର : ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ମହାମାରୀ ସହିତ ଲଢୁଛି। ଏହି ସମୟରେ ଦୁନିଆ କଠିନ ସମୟ ଦେଇ ଗତି କରୁଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଗବାନ ଗୌତମ ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି। ଭଗବାନ ଗୌତମ ବୁଦ୍ଧ କେବଳ ଗୋଟିଏ ପରିସ୍ଥିତିରେ ସୀମିତ ନୁହଁନ୍ତି। ମାନବିକତାକୁ ସାହାଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଏକ ବାର୍ତ୍ତା ଦିଅନ୍ତି। ଆଜି ଅବଶ୍ୟ ସମାଜର ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, କିନ୍ତୁ ବୁଦ୍ଧଙ୍କ ବାର୍ତ୍ତା ଆଜି ମଧ୍ୟ ସମାନ ରହିଛି ବୋଲି ବକ୍ତାମାନେ କହିଛନ୍ତି।

- Advertisement -

ଗୁରୁବାର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ବର ବୁଦ୍ଧମନ୍ଦିର ପରିସରରେ ନିରାଡ଼ମ୍ବର ସହକାରେ ପବିତ୍ର ବୁଦ୍ଧପୂର୍ଣ୍ଣିମା ପାଳିତ ହୋଇଯାଇଛି। ସାମାଜିକ ଦୂରତା ବଜାୟ ରଖି ଏହି ନିରାଡ଼ମ୍ବରେ ପାଳିତ ହେଇଥିବା ବୁଦ୍ଧପୂର୍ଣ୍ଣିମା କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ, ପ୍ରାନ୍ତ ସମନ୍ବୟ ମଞ୍ଚର ପ୍ରତାପ ଚନ୍ଦ୍ର ସଦଙ୍ଗୀ, ସେବା ପ୍ରମୁଖ ପ୍ରଳୟ କୁମାର ଚାନ୍ଦ, ଅମିତାଭ ମହାନ୍ତି, ଶରତ ସାହୁ, ଗଦାଧର ଭୋଇ, ପ୍ରଦୀପ୍ତ ପଣ୍ଡା, ସଭାପତି ଡା. ନଗନେ କୁମାର ଦେବତା, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର, ଶୁଭ୍ରାଂସୁ ଶତପଥୀ ପ୍ରମୁଖ ଯୋଗ ଦେଇ ମହାତ୍ମା ଗୌତମ ବୁଦ୍ଧଙ୍କ ବାଣୀ ଉପରେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଜନସାଧାରଣ ମହାତ୍ମାବୁଦ୍ଧଙ୍କ ବାଣୀ ଆପଣେଇ ପାରିଲେ ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ବୋଲି ସେମାନେ କହିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories