www.samajalive.in
Sunday, December 14, 2025
14.1 C
Bhubaneswar

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆଦିଲ୍ଲୀ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସୋମବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପିଏନବି ଘୋଟାଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧି ଦଳର ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ରଖାଯାଇଛି।

ଲୋକସଭାର କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ଟିଏମ୍‌ସି ଏବଂ ବାମପନ୍ଥୀ ଦଳର ସଦସ୍ୟମାନେ ହୀରା ବ୍ୟବସାୟୀ ନିରବ ମୋଦି ତଥା ଅନ୍ୟମାନଙ୍କର ବ୍ୟାଙ୍କ୍‌ ଠକେଇ ମାମଲା ଉପରେ ଆଲୋଚନାପାଇଁ ଦାବି କରିଥିଲେ। ୱାଇଏସ୍‌ଆର୍‌ କଂଗ୍ରେସ ଓ ତେଲୁଗୁଦେଶମ୍‌ ପାର୍ଟି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ସ୍ଲୋଗାନମାନ ଦେଇଥିଲେ। ଟିଆର୍‌ଏସ୍‌ ସଦସ୍ୟମାନେ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ଶତକଡ଼ା ୫୦ ଭାଗରୁ ଅଧିକ ସଂରକ୍ଷଣ ପାଇଁ ଦାବି କରିଥିଲେ। ବିରୋଧି ସଦସ୍ୟମାନେ ହୋ-ହଲ୍ଲା କରି ଗୃହର ମଧ୍ୟଭାଗକୁ ଚାଲିଆସିବାରୁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅନୁରୂପ ଅବସ୍ଥା ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

- Advertisement -

ସେହିପରି ରାଜ୍ୟସଭା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୁଇଥର ମୁଲତବୀ ହୋଇଥିଲା। ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଟିଏମ୍‌ସି, ଏଆଇଏଡିଏମ୍‌କେ ଏବଂ ଟିଡିପି ସଦସ୍ୟମାନେ ସେମାନଙ୍କର ଦାବି ନେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ଗହଣା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ଫେରାଇ ଆଣିବାପାଇଁ ଟିଏମ୍‌ସି ସଦସ୍ୟମାନେ ଦାବି କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ କାବେରୀ ନଦୀ ପରିଚାଳନା ବୋର୍ଡ଼ ନିଯୁକ୍ତ କରି ରାଜ୍ୟ ଗୁଡ଼ିକ ମଧ୍ୟରେ ଜଳ ଆବଣ୍ଟନ ତଦାରଖ ପାଇଁ ଏଆଇଏଡିଏମ୍‌କେ ସଦସ୍ୟମାନେ ଦାବି କରିଥିଲେ। ଅପରାହ୍ନରେ ପୁଣି ହଟଗୋଳ ଲାଗିରହିବାରୁ ମଙ୍ଗଳବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories