www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବକୁ କରୋନା ଦେଇ ମହାକାଶ ଅଭିଯାନରେ ଚୀନ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ତଥାକଥିତ ‘ଚୀନା ଭୂତାଣୁ’ କରୋନା ସାରା ବିଶ୍ବକୁ ନୟାନ୍ତ କରି ସାରିଲାଣି । ବିଶ୍ବର ଦୁଇଶହ ଦେଶ ଏବେ କରୋନା ଲଢ଼େଇରେ ବ୍ୟସ୍ତ । ଚୀନରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ୪ ହଜାରରୁ ଅଧିକ । ଏହା ସତ୍ତ୍ବେ ନିଜ ମହାକାଶ ଗବେଷଣାରୁ ଓହରିନାହିଁ ଚୀନ୍ । ଚନ୍ଦ୍ରରେ ନିଜର ମହାକାଶ କେନ୍ଦ୍ର ସ୍ଥାପନ ନିମନ୍ତେ ଚୀନ୍ ରକେଟ୍ ଉତକ୍ଷେପଣ କରିଥିବା ସୂଚନା ମିଳିଛି ।
ଜିନହୁଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନର ଦକ୍ଷିଣାଞ୍ଚଳ ଉପଦ୍ବୀପ ହାଇନାରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି ।  ଉତକ୍ଷେପଣର ୮ ମିନିଟ୍ ପରେ ଏହି ମହାକାଶଯାନ ସଫଳତାର ସହ ରକେଟରୁ ପୃଥକ ହୋଇଛି । ୨୦୨୨ ମସିହା ମଧ୍ୟରେ ଚନ୍ଦ୍ରରେ ନିଜର କେନ୍ଦ୍ର ସ୍ଥାପନ କରିବାକୁ ଚୀନ ଲକ୍ଷ୍ୟ ରଖିଛି । ବର୍ତମାନ ସୁଦ୍ଧା ପୃଥିବୀରେ ଏକମାତ୍ର ଦେଶ ଭାବରେ ଆମେରିକା ଚନ୍ଦ୍ରକୁ ମଣିଷ ପଠାଇବା କ୍ଷେତ୍ରରେ ସଫଳତା ଅର୍ଜନ କରିଛି । ଚୀନ ଚନ୍ଦ୍ରକୁ ମଣିଷ ପଠାଇବା କ୍ଷେତ୍ରରେ ସଫଳ ହୋଇ ନ ଥିଲେ ମଧ୍ୟ ଚନ୍ଦ୍ର କକ୍ଷରେ ମହାକାଶ ଯାନ ସ୍ଥାପନ କରିବାରେ ସଫଳତା ପାଇଛି ଏବଂ ଗତବର୍ଷ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ ରୋଭର ଅବତରଣ କରି ପାରିଛି । ୫୪ ମିଟର ଲମ୍ବ ୮୪୯ ଟନ୍ ଓଜନ ବିଶିଷ୍ଟ ମାର୍ଚ୫ବି ମହାକାଶ ଯାନର ସଫଳତା ନେଇ ଚୀନ ଆଶାବାଦୀ ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories