www.samajalive.in
Monday, December 8, 2025
24.1 C
Bhubaneswar

ପୁତୁରାକୁ କରୋନା; ଭୟରେ କକାର ଆତ୍ମହତ୍ୟା

ବଲାଙ୍ଗିର: ତାମିଲନାଡ଼ୁରୁ ଫେରିବା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବଲାଙ୍ଗିର ଜିଲା ତୁଷରା ନିକଟସ୍ଥ ଲଖରିଆ ଗାଁର ଜଣେ ଯୁବକଙ୍କ କାକା କୂଅକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁର ନିର୍ଦିଷ୍ଟ କାରଣ ଜଣା ପଡ଼ି ନ ଥିଲେ ମଧ୍ୟ କରୋନା ଭୟରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି । ମୃତଙ୍କ ନାମ ଶେଷଦେବ ଭୋଇ ଓ ତାଙ୍କ ବୟସ ୫୪ ବର୍ଷ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଶବକୁ କୂଅରୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ଉଲ୍ଲେଖଯୋଗ୍ୟ ଯେ ଏହି ଗାଁର ଜଣେ ଯୁବକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ପରିବାରକୁ ଏକାନ୍ତବାସରେ ରହିବାକୁ କୁହାଯାଇଥିଲା । ଯୁବକଙ୍କ କାକା ମଧ୍ୟ ଏକାନ୍ତବାସରେ ଥିଲେ ଓ ଏଥିପାଇଁ ସେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆତ୍ମହତ୍ୟା ପଛରେ ଭିନ୍ନ କାରଣ ରହିଛି କିନ୍ତୁ ବର୍ତମାନ କରୋନା ସଂକ୍ରମଣ ବ୍ୟାପିଥିବାରୁ ଏହି ଘଟଣାକୁ ପୁତୁରାର ସଂକ୍ରମିତ ଘଟଣା ସହ ଯୋଡ଼ାଯାଉଛି ବୋଲି ଗ୍ରାମର କିଛି ବ୍ୟକ୍ତି ମତ ଦେଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories