www.samajalive.in
Saturday, December 13, 2025
15.1 C
Bhubaneswar

ଫାଙ୍କା ଷ୍ଟାଡ଼ିୟମରେ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ ସପକ୍ଷରେ ଷ୍ଟୋକ୍‌ସ

ଲଣ୍ଡନ୍‌: କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବବ୍ୟାପୀ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଛି। କ୍ରିକେଟ୍‌ ମଧ୍ୟ ଏଥରୁ ବାଦ୍‌ ପଡ଼ିନଥିବା ବେଳେ ବିନା ଦର୍ଶକରେ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଆୟୋଜନ ସପକ୍ଷରେ କେତେକ ମହଲରୁ ମତପ୍ରକାଶ ପାଇଛି। ବର୍ତ୍ତମାନ ପରିସ୍ଥିତିରେ ଫାଙ୍କା ଷ୍ଟାଡ଼ିୟମରେ କ୍ରିକେଟ୍ ଆୟୋଜନରେ କୌଣସି ଅସୁବିଧା ନାହିଁ ବୋଲି ମତ ଦେଇଛନ୍ତି ଇଂଲଣ୍ଡର ତାରକା ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍‌ସ।

ବିସିବିକୁ ସାକ୍ଷାତକାର ଦେଇ ଷ୍ଟୋକ୍‌ସ କହିଥିଲେ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଆୟୋଜନ ସମୟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ କମିଯିବ ନାହିଁ। ତେଣୁ କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିରେ ଉନ୍ନତି ନ ଆସିବା ପର୍ୟ୍ୟନ୍ତ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ। ଦର୍ଶକମାନେ ଘରେ ବସି ଟିଭିରେ ମ୍ୟାଚ୍‌ ଉପଭୋଗ କରିପାରିବେ ଫଳରେ ସମସ୍ତେ ଲାଭବାନ୍‌ ହେବେ ବୋଲି ଷ୍ଟୋକ୍‌ସ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ଦର୍ଶକପୂର୍ଣ୍ଣ ଷ୍ଟାଡ଼ିୟମରେ କ୍ରିକେଟ୍‌ ଖେଳି ଆସୁଥିବା କ୍ରିକେଟର୍‌ମାନେ ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଖେଳିବାକୁ ନିଜକୁ ପ୍ରସ୍ତୁତ କରିବାକୁ କିଛିଟା ସମୟ ଲାଗିବ ବୋଲି ଷ୍ଟୋକ୍‌ସ ସ୍ବୀକାର କରିଛନ୍ତି। ତେବେ ଟିଭିରେ ମ୍ୟାଚ୍‌ ଦେଖିବାକୁ ଦର୍ଶକ ସୁଯୋଗ ପାଇଲେ ସେମାନେ ମଧ୍ୟ ବେଶ୍‌ ଖୁସି ହେବେ ବୋଲି ଷ୍ଟୋକ୍‌ସ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କ୍ରିକେଟର୍‌ ଓ ଦର୍ଶକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେଣୁ ଷ୍ଟାଡ଼ିୟମରେ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବାର ସମ୍ଭାବନା ନାହିଁ ବୋଲି ଷ୍ଟୋକ୍‌ସ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories