www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବପିଢ଼ି ଓ କରୋନା

ମଣିଷ ଜନ୍ମରୁ ସ୍ବାଧୀନ, କିନ୍ତୁ ତା’ ଚାରିକଡ଼ରେ ଶିକୁଳି, (ମ୍ୟାନ ଇଜ୍‌ ବର୍ନ୍‌ ଫ୍ରି ବଟ୍‌ ଏଭ୍ରି ହୋୟାର ଇନ୍‌ ଚେନ୍‌)। ତାଲାବନ୍ଦ- ଗୃହବନ୍ଦୀ; ଏ ଏକ ନୂତନ ପଦକ୍ଷେପ ଓ କୌତୂହଳପ୍ରଦ ଘଟଣା; ପ୍ରତିଭାତ ହେଉଥିଲେ ହେଁ କରୋନାର ବିଷାକ୍ତ, ତୀବ୍ର ଦଂଶନ ଯିଏ ଅନୁଭବ କରିଛି ସେ ଜାଣିଛି ଏ ରୋଗ କେତେ ମାରାତ୍ମକ। ଏଥିରୁ କିଛି ପ୍ରମାଣେ ରକ୍ଷା ପାଇବା ପାଇଁ ଗୃହବନ୍ଦୀ ହେବା, ସାମାଜିକ ଦୂରତ୍ବ ରକ୍ଷା କରିବା ଏକ ବଳିଷ୍ଠ ପଦକ୍ଷେପ। କରୋନା ରୋଗରୁ ବର୍ତ୍ତିବା ପାଇଁ ହେଲେ ଆମକୁ ଏ ପ୍ରକାର ଆହ୍ବାନକୁ ସାମ୍ନା କରିବାକୁ ହେବ। ସମଗ୍ର ବିଶ୍ବ ଆଜି କରୋନା ପାଇଁ ଆତଙ୍କିତ। ସାରା ବିଶ୍ବରେ ପଚାଶ ହଜାରରୁ ଅଧିକ ମୃତ୍ୟୁସଂଖ୍ୟା ସମସ୍ତଙ୍କୁୁ ଆଜି ବ୍ୟତିବ୍ୟସ୍ତ କରି ଦେଇଛି। ବିଶ୍ବର ତୁଙ୍ଗନେତାମାନେ ଆଜି ‘କିଂକର୍ତ୍ତବ୍ୟବିମୂଢ଼’। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନାଚାର। ଚିକିତ୍ସା ଶାସ୍ତ୍ରବିତ୍‌, ବୈଜ୍ଞାନିକମାନେ ଦିବାରାତ୍ର ଚେଷ୍ଟା ଚଳାଇ ରଖିଛନ୍ତି କରୋନାକୁ ନିପାତ କରିବା ପାଇଁ, ସେମାନଙ୍କର ପ୍ରଚେଷ୍ଟା ଏହି ଦୁରାରୋଗ୍ୟ ବ୍ୟାଧିକୁ ସମୂଳେ ବିନାଶ କରିବା ପାଇଁ। ମହାମାରୀ ସୃଷ୍ଟିକାରୀ କରୋନାର ବିନାଶ ପାଇଁ ଆଜି ଏ ‘ଯୁଦ୍ଧଂ ଦେହି’ ଡାକରା।

ଆଜି ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବପିଢ଼ିଙ୍କର ଭୂମିକା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କର ଶକ୍ତି ସାହସ ଓ ଦମ୍ଭ, ସେବାମନୋଭାବ ଯଥାର୍ଥରେ ଏହି ମହାମାରୀର ଆତଙ୍କରୁ ରକ୍ଷାକରି ସମସ୍ୟା ସମାଧାନ‌େ‌ର ବ୍ରତୀ ହୋଇପାରିବେ। ଦଳବଦ୍ଧ ଭାବରେ ନୁହେଁ, ଯଥେଷ୍ଟ ସାମାଜିକ ଦୂରତ୍ବ ରଖି ତାଲାବନ୍ଦ ପ୍ରକ୍ରିୟାକୁ ଅଧିକ କାର୍ୟ୍ୟକାରୀ କରିବାର ଏମାନଙ୍କର ଭୂମିକା ଖୁବ୍‌ ଗୁୁରୁତ୍ବପୂର୍ଣ୍ଣ। ଯୁବକମାନେ ପ୍ରତିଟି ଗ୍ରାମରେ, ସହରର ଗଳିକନ୍ଦିରେ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାସହ କରୋନା ବିରୋଧରେ କେମିତି ଲଢ଼ି ହେବ ଓ ତା’ର ପ୍ରତିଷେଧକ ବ୍ୟବସ୍ଥା ସବୁ ରହିଛି। ସେ ସବୁକୁ ସୂଚିତ କରାଇବା ଦାୟିତ୍ବ ହେଉଛି ଯୁବକମାନଙ୍କର। ରାସ୍ତାଘାଟ, ହାଟ ବଜାରରେ ବେଶି ମାତ୍ରାରେ ଯେଉଁ ଗହଳି ହେଉଛି, ସେ ଗହଳି ଭାଙ୍ଗିବାରେ ଏମାନଙ୍କର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ଦେଖାଯାଏ କିଛି ଯୁବକ ଯୁବସୁଲଭ ଉଦ୍ଦାମତା ନେଇ ବେପରୁଆ ଭାବରେ ଲକ୍‌ଡାଉନ ନିୟମ ଭାଙ୍ଗି ବିନା କାରଣରେ ରାସ୍ତାରେ ଗାଡ଼ି ଚଳାଚଳ କରୁଛନ୍ତି। ବିଶ୍ବ ଆଜି କୁଆଡ଼େ ଗତି କରୁଛି, କେଉଁଠି ପହଞ୍ଚିଲାଣି ସେ ପରିସ୍ଥିତିରେ ତାଙ୍କର ପ୍ରଥମ କର୍ତ୍ତବ୍ୟ କ’ଣ ହେବା ଦରକାର ତାହା ସେମାନେ ବୁଝିବା ଦରକାର।

- Advertisement -

ନିଜକୁ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ସାମିଲ କରି ଦୀନଦରିଦ୍ର, ବୃଦ୍ଧାବୃଦ୍ଧ, ଅସହାୟଙ୍କୁ ଖାଦ୍ୟପେୟ ବିତରଣ କରିବା ହେଉଛି ଯୁବପିଢ଼ିର ପ୍ରଧାନ କର୍ତ୍ତବ୍ୟ। ଏତଦ୍‌ ବ୍ୟତୀତ ପୁଲିସ ବାହିନୀଙ୍କୁ ଶାନ୍ତିଶୃଙ୍ଖଳାରକ୍ଷା କ୍ଷେତ୍ରରେ ଏମାନେ ମଧ୍ୟ ସାହାଯ୍ୟ ସହଯୋଗ କରିପାରିବେ। ବୁଲା ଗୋରୁ, କୁକୁର ଏବଂ ପକ୍ଷୀମାନଙ୍କୁ ଏମାନେ ଆହାର ବିତରଣ କରିବାରେ ମଧ୍ୟ ଅଧିକ ଭାବରେ ସାହାଯ୍ୟ କରି ପାରିବେ। କିଛି ଯୁବକ ବନ୍ଧୁମାନେ ଘରେ ରହି ନିଜର ଭାଇ, ଭଉଣୀଙ୍କୁ ପାଠପଢ଼ାଇ ପାରିବେ। ଭଲଭଲ ବହି ଏହି ତାଲାବନ୍ଦ ସମୟରେ ଘରେ ପଢ଼ିବାରେ ମଧ୍ୟ ସୁଯୋଗ ମିଳେ। ସେ ସୁଯୋଗକୁ ହାତଛଡ଼ା କରିବା ଆଦୌ ଉଚିତ ନୁହେଁ। ଇଣ୍ଟରନେଟ୍, ଟେଲିଭିଜନ ମାଧ୍ୟମରେ ମନୋରଞ୍ଜନର ସୁବିଧା ମଧ୍ୟ ଲାଭ କରି କରିପାରିବେ।

ଅଧିକ ଭାବରେ ଏହି ସମୟରେ ନିଜର ସୃଜନଶକ୍ତିକୁ ଉପଯୋଗ କରି ଲେଖାଲେଖିରେ ମନୋନିବେଶ କରିହେବ। ବାଦ୍ୟଯନ୍ତ୍ର ବଜାଇ ନିରବତାକୁ ଭଙ୍ଗ କରି ଆନନ୍ଦ ପାଇହେବ। ଚିତ୍ରାଙ୍କନ ମାଧ୍ୟମରେ ଗୀତ ଗାଇ ସମୟ ବି ଅତିବାହିତ କରିହେବ। ଏହି ଦୁର୍ଦିନରେ ଯୁବପିଢ଼ିର ଭୂମିକା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଯୁବପିଢ଼ି ଭିତରେ ଅଧିକ ଶକ୍ତି ଓ ସାମର୍ଥ୍ୟ ରହିଛି- ଜନସେବାରେ ଏମାନଙ୍କୁ ସାମିଲ କରାଗଲେ ସମାଜର ଅଶେଷ ଉନ୍ନତି ହେବ। ଦେଶ ଚାହେଁ ଶକ୍ତିମାନ ଯୁବପିଢ଼ିର ସାହାଯ୍ୟ, ବଳିଷ୍ଠ ଯୋଗଦାନ, ଓ ଏମାନଙ୍କର ନିଃସ୍ବାର୍ଥପର ସେବା।

ତେଣୁ ମନରେ କୌଣସି ଦ୍ବନ୍ଦ୍ବ, ଅହଂକାର ନରଖି ସ୍ବଚ୍ଛ ମନରେ ଲୋକଙ୍କ ସେବାରେ, ଯୁବଶକ୍ତି ନିଜକୁ ସମର୍ପିତ କରାଇପାରିଲେ ଦେଶର ଉନ୍ନତି ହେବାସହ ଦେଶର ସଂକଟ ଦୂର ହୋଇପାରିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories