www.samajalive.in
Sunday, December 14, 2025
23.1 C
Bhubaneswar

ତିନି ରାଜ୍ୟର ଅସହଯୋଗ: ଫେରି ପାରୁନାହାନ୍ତି ଅତିଥି ଶ୍ରମିକ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ଭୂମିକାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଗୋଟିଏ ପଟେ ଓଡ଼ିଶା ଭଳି ରାଜ୍ୟ ତା’ର ପ୍ରବାସୀମାନଙ୍କୁ ଫେରାଇ ଆଣିବାପାଇଁ ସବୁପ୍ରକାର ଉଦ୍ୟମ କରୁଥିବାବେଳେ କେତେକ ପଡୋଶୀ ରାଜ୍ୟ ସେମାନଙ୍କ ଲୋକଙ୍କୁ ନବାକୁ ଚାହୁଁ ନାହାନ୍ତି। କରୋନା ମହାମାରୀ ପାଇଁ ଭୟଭୀତ ଯୋଗୁଁ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପ୍ରଭୃତି ରାଜ୍ୟ ଏବେ ତାଙ୍କ ରାଜ୍ୟର ଲୋକଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଡରୁଛନ୍ତି। ଏହି ତିନି ରାଜ୍ୟର ପ୍ରାୟ ୧୮ରୁ ୨୦ହଜାର ଶ୍ରମିକ ନିଜ ଅଞ୍ଚଳକୁ ଫେରିବାକୁ ଚାହୁଁଥିଲେ ହେଁ ଯାଇପାରୁ ନାହାନ୍ତି ବୋଲି ରାଜ୍ୟ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ପ୍ରବାସୀ ଓ ଅତିଥି ଶ୍ରମିକଙ୍କୁ ସମ୍ମାନ ଓ ସୁବିଧା ସହକାରେ ନିଜ ଭିଟାମାଟିକୁ ଫେରାଇବା ପାଇଁ ଚେଷ୍ଟିତ ଅଛନ୍ତି। ପଶ୍ଚିମବଙ୍ଗର ପ୍ରାୟ ୧୨ହଜାରରୁ ଅଧିକ ଶ୍ରମିକ ଲକ୍‌ଡାଉନ କଟକଣା କୋହଳ ପରେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। ସଂପୃକ୍ତ ରାଜ୍ୟ ସରକାର ଏବେ ତାଙ୍କ ରାଜ୍ୟର ଲୋକଙ୍କୁ ନିଜ ଅଞ୍ଚଳକୁ ନେବାପାଇଁ ଚାହୁଁ ନାହାନ୍ତି। ଅନ୍ୟପକ୍ଷରେ ସପ୍ତାହକ ମଧ୍ୟରେ ପ୍ରାୟ ୨ହଜାର ଅତିଥି ଶ୍ରମିକଙ୍କୁ ବସ୍ ଏବଂ ବିଭିନ୍ନ ଗାଡି ଜରିଆରେ ସେମାନଙ୍କ ରାଜ୍ୟକୁ ପଠାଯାଇଛି। ଆଉ ୩୬ ହଜାର ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯିବା ନେଇ ପ୍ରକ୍ରିୟା ଚାଲୁ ରହିଛି। ଏହାବାଦ୍ ରାଜ୍ୟରେ ଥିବା ୮୮ହଜାର ଅତିଥି ଶ୍ରମିକଙ୍କ ମଧ୍ୟରୁ ୫୦ ହଜାର ଶ୍ରମିକ ଏବେ ସେମାନଙ୍କ ବିଭିନ୍ନ କାର୍ୟ୍ୟରେ ଲାଗି ସାରିଲେଣି। ସେମାନେ ଏହି ପରିସ୍ଥିତିରେ ଘରକୁ ଫେରିବାକୁ ଚାହୁଁ ନାହାନ୍ତି। ପରିସ୍ଥିତି ସ୍ବାଭାବିକ ହେଲା ପରେ ଯାଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେମାନଙ୍କ ମତାମତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅତିଥି ଶ୍ରମିକମାନଙ୍କୁ ଠିକଣା ଭାବେ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ସେମାନଙ୍କ ପକ୍ଷରୁ କୌଣସି ଅସୁବିଧା ବା ଅଭିଯୋଗ ନାହିଁ। ରାଜସ୍ଥାନ ଓ ଝାଡଖଣ୍ଡର ପ୍ରାୟ ଅତିଥି ଶ୍ରମିକ ତାଙ୍କ ରାଜ୍ୟକୁ ଇତିମଧ୍ୟରେ ଫେରି ସାରିଛନ୍ତି। ଯେଉଁ ଅତିଥି ଶ୍ରମିକ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଙ୍କ ରାଜ୍ୟର ବସ୍ ଯୋଗେ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories