www.samajalive.in
Wednesday, December 10, 2025
16.1 C
Bhubaneswar

ଛତିଶଗଡରେ ମଦ ହେବ ହୋମ ଡେଲିଭରୀ

ରାୟପୁର : ମଦ ଦୋକାନଗୁଡିକରେ ଭିଡ ହେଉଥିବାରୁ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାର ହୋମ ଡେଲିଭରୀ କରିବାକୁ ନିଷ୍ପତି ନେଇଛନ୍ତି। ଗ୍ରୀନ ଜୋନରେ ଲୋକଙ୍କୁ ଏହି ସୁବିଧା ଦେବାକୁ ସରକାର ଏକ ୱେବ ପୋର୍ଟାଲ ଆରମ୍ଭ କରିଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ରାଜ୍ୟରେ ମଦ କାରବର ସଂପର୍କରେ କାର୍ଯ୍ୟକରୁଥିବା ଛତିଶଗଡ ରାଜ୍ୟ ବାଣିଜ୍ୟିକ ନିଗମ ଲିମିଟେଡ(ସିଏସଏମସିଏଲ) ନାମରେ ଏହି ପୋର୍ଟାଲ କରାଯାଇଥିବା ଲୋକସମ୍ପର୍କ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। କରୋନା ପାଇଁ ମାର୍ଚ ୨୩ ତାରିଖରୁ ମଦ ଦୋକାନ ମନ୍ଦ ରହିଛି। ଲକଡାଉନ ଜନିତ ବନ୍ଦ ପରେ ସୋମବାରଠାରୁ ଖୋଲିଛି ବ୍ୟବସାୟ ପ୍ରତିଷ୍ଠାନ। ଗ୍ରୀନ ଜୋନରେ କଟକଣା କୋହଳ ପରେ ମଦ ଦୋକାନଗୁଡିକ ଆଗରେ ପ୍ରବଳ ଭିଡ ହେଉଛି। ଯେଉଁଠି ସାମାଜିକ ଦୁରତ୍ବ ରହୁନଥିବା ବେଳେ କରୋନା ସଂକ୍ରମଣ ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସିଏସଏମସିଏଲ ୱେବ ​‌ସାଇଟ କିମ୍ବା ମୋବାଇଲ ଆପରେ ମଦ ବୁକ କରିବାକୁ କୁହାଯାଇଛି। କେବଳ ଗ୍ରୀନ ଜୋନରେ ମଦ ବୁକ ହୋଇପାରିବ। ଜଣେ ଗ୍ରାହକକୁ ଥରକେ ସର୍ବାଧିକ ୫ ହଜାର ଏମଏଲ ମଦ ବିକ୍ରି କରାଯାଇପାରିବ। ହୋମ ଡେଲିଭରୀ ଚାର୍ଜ ୧୨୦ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇଛି। ସରକାରଙ୍କ ମଦ ହୋମ ଡେଲିଭରୀ ପ୍ରସଙ୍ଗକୁ ସମଲୋଚନା କରିଛି ବିରୋଧି ବିଜେପି। ଏହା ଲଜ୍ଜାଜନକ ବୋଲି କହିଛନ୍ତି ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ଧରମଲାଲ କୌଶିକ କହିଛନ୍ତି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories