www.samajalive.in
Sunday, December 7, 2025
14.1 C
Bhubaneswar

ଚାରୋଟି କ୍ୟାମେରା ସହ ଟେକ୍ନୋ ସ୍ପାର୍କ-୫ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ଟେକ୍ନୋ ଏହାର ସ୍ୱତନ୍ତ୍ର ଉପକରଣ ସ୍ପାର୍କ-୫କୁ ଦକ୍ଷିଣ ଆଫ୍ରିକାରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ ୫ହଜାର ଏମଏଚ୍ ବ୍ୟାଟେରୀ, ଚାରୋଟି କ୍ୟାମେରା ଏବଂ ଏକ ଚମତ୍କାର ଏଚଡି ଡିସପ୍ଲେ ଦିଆଯାଇଛି। ତେବେ ଭାରତ ସମେତ ଅନ୍ୟ ଦେଶରେ ଏହି ଅତ୍ୟାଧୁନିକ ସ୍ମାର୍ଟଫୋନର ଶୁଭାରମ୍ଭ ବିଷୟରେ ଅଧିକ ସୂଚନା ମିଳିନାହିଁ।
ତେବେ ଆସନ୍ତୁ ଜାଣିବା ଟେକ୍ନୋ ସ୍ପାର୍କ-୫ ସ୍ମାର୍ଟଫୋନର ମୂଲ୍ୟ ଏବଂ ବିଶେଷତ୍ଵ………..
ଟେକ୍ନୋ ସ୍ପାର୍କ-୫ ସ୍ମାର୍ଟଫୋନର ମୂଲ୍ୟ
କମ୍ପାନୀ ଟେକ୍ନୋ ସ୍ପାର୍କ-୫ ସ୍ମାର୍ଟଫୋନକୁ ପାଖାପାଖି ୯ହଜାର ୩୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଛି। ଏହି ସ୍ମାର୍ଟଫୋନ୍ ନୀଳ, ସବୁଜ, କଳା ଏବଂ କମଳା ରଙ୍ଗରେ ଲଞ୍ଚ କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ମାର୍ଟଫୋନର ସେଲ୍ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।
ଟେକ୍ନୋ ସ୍ପାର୍କ-୫ ସ୍ମାର୍ଟଫୋନର ବିଶେଷତ୍ଵ
ଟେକ୍ନୋ ସ୍ପାର୍କ-୫ର ୬.୬ ଇଞ୍ଚ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦ / ୧୬୦୦ ପିକ୍ସେଲ। ଆହୁରି ମଧ୍ୟ, ଏହି ସ୍ମାର୍ଟଫୋନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଅକ୍ଟା-କୋର ସ୍ନାପାଡ଼୍ରାଗନ୍ ସହିତ ୨ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ଏହି ସମୟରେ, ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାର କରି ଏଚଆଇଓଏସ୍ ୬.୧ରେ କାମ କରେ। ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ (ଚାରି କ୍ୟାମେରା) ପାଇଛନ୍ତି, ଯେଉଁଥିରେ ୧୩ ମେଗାପିକ୍ସେଲ ପ୍ରାଥମିକ ସେନସର, ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଗଭୀରତା ସେନସର ରହିଛି। ତେବେ ଚତୁର୍ଥ ସେନସର ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ଅନ୍ୟପକ୍ଷରେ, ଏହି ସ୍ମାର୍ଟଫୋନରେ ସେଲଫି ପାଇଁ ୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନରେ କମ୍ପାନୀ ୫ହଜାର ଏମଏଚ୍ ବ୍ୟାଟେରୀ ଦେଇଛି। ଏହା ବ୍ୟତୀତ ସଂଯୋଗ ପାଇଁ ଏହି ସ୍ମାର୍ଟଫୋନରେ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଏବଂ ୟୁଏସବି ପୋର୍ଟ ଦିଆଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories