www.samajalive.in
Friday, December 12, 2025
23.1 C
Bhubaneswar

ମାସକରେ ରାଜ୍ୟର ୨୩୦୦ କୋଟିର ରାଜସ୍ବ ହାନି

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଓଡ଼ିଶାକୁ ପ୍ରଭୂତ ଆର୍ଥିକ କ୍ଷତି ସହିବାକୁ ପଡିଛି । ଗତବର୍ଷ ଏପ୍ରିଲରେ ରାଜ୍ୟ ସରକାର ୩୦୩୪କୋଟି ଟଙ୍କାର ରାଜସ୍ବ ବିଭିନ୍ନ କ୍ଷେତ୍ରରୁ ଆଦାୟ କରିଥିବାବେଳେ ଚଳିତବର୍ଷ ମାତ୍ର ୭୦୦ କୋଟି ଟଙ୍କା ପାଖାପାଖି ଆଦାୟ କରିଛନ୍ତି। ତେବେ କରୋନା ମହାମାରୀ ପାଇଁ ଏପ୍ରିଲମାସରେ ରାଜ୍ୟ ସରକାର ୧୨୭୦.୩୫କୋଟି ଟଙ୍କାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେଥିରୁ ମାତ୍ର ୭୦୦ କୋଟି ଟଙ୍କା ମିଳିଛି। ଯାହାକି ଗତମାସ ଲକ୍ଷ୍ୟର ଅଧାଅଧି ଅର୍ଥ ହୋଇଥିବାବେଳେ ପୂର୍ବବର୍ଷ ଏପ୍ରିଲ ଆୟ ତୁଳନାରେ ପ୍ରାୟ ୨୩୩୪କୋଟି ଟଙ୍କା କମ୍ ରହିଛି। ଓଡ଼ିଶାର ଆର୍ଥିକ ଅବସ୍ଥା ଦିନକୁ ଦିନ ଜଟିଳ ପରିସ୍ଥିତି ଆଡକୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦିନକ ପୂର୍ବରୁ ଅର୍ଥ ବିଭାଗକୁ ଜରୁରୀ ବିଭାଗରେ ସାମିଲ କରାଯାଇଛି। ଏହି ଆର୍ଥିକ ସଙ୍କଟରୁ କିଭଳି ରାଜ୍ୟକୁ ଏକ ପ୍ରଗତିଶୀଳ ଆଡକୁ ଗତି କରାଯାଇ ପାରିବ ସେନେଇ ଅର୍ଥବିଭାଗ ପକ୍ଷରୁ କେତେକ କ୍ଷେତ୍ରରେ କାଣ୍ଟଛାଣ୍ଟ କରାଯିବା ସହିତ ଆଉ କେତେକ କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ଏକ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଅର୍ଥବିଭାଗ ପକ୍ଷରୁ ଚଳିତବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ‘ଆକ୍ସନ ପ୍ଲାନ’ରେ କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଯାହାସବୁ ଔଷଧପତ୍ର ଓ ସାଜସରଞ୍ଜାମ ଆବଶ୍ୟକ ତାହା ସରକାର କିଣିବେ। ଏଥିପାଇଁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଭିତ୍ତିଭୂମି ସୁଦୃଢ଼ କରାଯିବ। ମାତ୍ର ଏହାବାଦ୍ ସରକାରଙ୍କ ପକ୍ଷରୁ ଯେଭଳି ଅନ୍ୟ କିଛି ନୂତନ ଯୋଜନା କାର୍ଯ୍ୟକାରୀ ନହୁଏ ତାକୁ ଗୁରୁତ୍ବ ଦିଆଯିବ। ସେହିପରି ଚଳିତବର୍ଷ ସରକାରୀ ଅଧିକାରୀଙ୍କ ପାଇଁ ଆଉ ନୂଆ ଗାଡି କିଣାଯିବ ନାହିଁ। ଯଦି କିଣାଯିବ ତେବେ ଅର୍ଥବିଭାଗର ଅନୁମତି ନେବାକୁ ପଡିବ। ଏହାବାଦ୍ ବିଦେଶ ଭ୍ରମଣରେ ଲାଗିବ କଟକଣା । ବିଦେଶ ଭ୍ରମଣ ପାଇଁ କାହାକୁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ଅଧିକାରୀ ବିଦେଶ ଗସ୍ତ କରିବାକୁ ଚାହିଁବେ ତାଙ୍କୁ ନିଜସ୍ବ ଅର୍ଥରେ ଯିବାକୁ ପଡ଼ିବ, ସେ ପୁଣି ସରକାରଙ୍କଠାରୁ ଅନୁମତି ନେବା ଆବଶ୍ୟକ। ତେବେ ଦିଲ୍ଲୀରେ ବିଭିନ୍ନ ସମୟରେ ଜରୁରୀ ବୈଠକକୁ ମଧ୍ୟ ଏଡାଇବାପାଇଁ ଅର୍ଥବିଭାଗ ଚିନ୍ତା କରିଛି। ଏଣିକି ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ କରାଯିବ। ଯଦି ଜରୁରୀ ଆବଶ୍ୟକ ପଡିବ ତେବେ ଅର୍ଥବିଭାଗର ଅନୁମତି ପରେ ଯାଇ କୌଣସି ଅଧିକାରୀ ଗସ୍ତ କରିପାରିବେ।
ସେହିପରି ସରକାରୀ କାର୍ଯ୍ୟାଳୟକୁ ଅଧିକାରୀମାନେ ଯେଭଳି ଝଲମଲ କରୁଥିଲେ ତାହା ଚଳିତବର୍ଷ କରିପାରିବେ ନାହିଁ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଟଙ୍କାଟିଏ ବି ଦିଆଯିବ ନାହିଁ। ବିଶେଷକରି ଚଳିତବର୍ଷ ନୂତନ ପଦ ସୃଷ୍ଟି କରାଯିବ ନାହିଁ। ଯଦି କୌଣସି ବିଭାଗରେ ଜରୁରୀ ଆବଶ୍ୟକ ପଡିବ ତେବେ ତର୍ଜମା କରାଯିବା ପରେ ଯାଇ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଅର୍ଥବିଭାଗର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories