www.samajalive.in
Friday, December 12, 2025
23.1 C
Bhubaneswar

ଯଥେଷ୍ଟ ସମୟ ନ ମିଳିଲେ ଟି-୨୦ ବିଶ୍ୱକପ୍‍କୁ ଘୁଞ୍ଚାଇବା ଠିକ୍‍ ହେବ : ରୟ

ଲଣ୍ଡନ୍‍ : ପିଲାମାନେ ଯେମିତି କ୍ରିକେଟ୍‍ ପଡ଼ିଆକୁ ଆସିବା ପାଇଁ ଆତୁର ହୋଇ ଅପେକ୍ଷା କରିଥାଆନ୍ତି; ଏବେ ସେ ଏହିପରି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଇଂଲଣ୍ଡ କ୍ରିକେଟ୍‍ ଦଳର ଓପ୍‍ନର ଜେସନ୍‍ ରୟ। ତେବେ ନିକଟ ଅତୀତରେ ତାଙ୍କୁ କ୍ରିକେଟ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ମିଳିବ ବୋଲି ତାଙ୍କର ବିଶ୍ୱାସ କମ୍‍। ଏହାସହ ରୟ କହିଛନ୍ତି ଯେ ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ସଠିକ୍‍ ଢଙ୍ଗରେ ହେବା ଉଚିତ। ଏଥିପାଇଁ ଆୟୋଜକଙ୍କୁ ଯଥେଷ୍ଟ ସମୟ ମଧ୍ୟ ମିଳିବା ଉଚିତ। ଯଦି ଏଥିପାଇଁ ଯଥେଷ୍ଟ ସମୟ ନ ମିଳେ; ତେବେ ଏହି ବିଶ୍ୱକପ୍‍କୁ ଘୁଞ୍ଚାଇଦେବା ସଠିକ୍‍ ନିଷ୍ପତ୍ତି ହେବ ବୋଲି ରୟ କହିଛନ୍ତି।
ସାରାବିଶ୍ୱରେ ଏବେ ମହାମାରୀ କୋଭିଡ୍‍-୧୯ର ଆତଙ୍କ ଖେଳିଯାଇଛି। ଏହି ରୋଗରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଲେଣି। ତେଣୁ କ୍ରିକେଟ ସହ ସମସ୍ତ କ୍ରୀଡ଼ା ଏବେ ବନ୍ଦହୋଇ ରହିଛି। ବହୁତ କ୍ରୀଡ଼ା ପ୍ରତିଯୋଗିତା ବାତିଲ ହୋଇ ଯାଇଥିବା ବେଳେ ଆଉ କିଛି ପ୍ରତିଯୋଗିତାକୁ ଘୁଞ୍ଚାଇ ଦିଆଯାଇଛି। କରୋନାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ପଡ଼ିଛି। ସାରାବିଶ୍ୱରେ ସିରିଜ୍‍ ପରେ ସିରିଜ୍‍ ବାତିଲ ହେବାରେ ଲାଗିଛି। ଚଳିତବର୍ଷ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳାଯିବାର ଅଛି। ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ; ତାହା ଏବେଠାରୁ କହିବା ଅସମ୍ଭବ। ଏହାକୁ ନେଇ ଜେସନ୍‍ ରୟ କହିଛନ୍ତି ଯେ କେବଳ ଆୟୋଜକଙ୍କୁ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ ନୁହେଁ; ବିଶ୍ୱକପ୍‍ ପରି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ଲାଗି ଖେଳାଳିଙ୍କୁ ମଧ୍ୟ ଯଥେଷ୍ଟ ସମୟ ଆବଶ୍ୟକ। ଯଦି ଏଥିପାଇଁ ଯଥେଷ୍ଟ ସମୟ ନ ମିଳେ; ତେବେ ଉକ୍ତ ବିଶ୍ୱକପ୍‍କୁ ଘୁଞ୍ଚାଇଦେବା ଠିକ୍‍ ହେବ ବୋଲି ମୁଁ ଭାବୁଛି। ତେବେ ଆମକୁ ଯେପରି ପରିସ୍ଥିତିରେ ଖେଳିବାକୁ କୁହାଗଲେ ଆମେ ପ୍ରସ୍ତୁତ। ଏପରିକି ୩ ସପ୍ତାହର ସମୟ ଯଥେଷ୍ଟ ହେବ। ଖେଳାଳି ମ୍ୟାଚ୍‍ ଖେଳିବାକୁ ସବୁବେଳେ ପ୍ରସ୍ତୁତ। ସୂଚନାଯୋଗ୍ୟ; କରୋନା ସଂକ୍ରମଣ ଯୋଗୁଁ ଇଂଲଣ୍ଡ ଏଣ୍ଡ୍‍ ୱେଲ୍‍ସ କ୍ରିକେଟ ବୋର୍ଡ (ଇସିବି) ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ କ୍ରିକେଟ ଉପରେ କଟକଣା ଲଗାଇଛି। ଏହି ନିଷ୍ପତ୍ତିକୁ ସମର୍ଥନ କରି ରୟ କହିଛନ୍ତି ଯେ କ୍ରିକେଟ ଅପେକ୍ଷା ସାଧାରଣ ଜନତା ଓ ଖେଳାଳିଙ୍କ ନିରାପଦ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ କେବେ କ୍ରିକେଟ ଆରମ୍ଭହେବ ବୋଲି ପ୍ରଶ୍ନକରିବା ହିଁ ଭୁଲ୍‍। ଏହାସହ ଜେସନ୍‍ ରୟ କହିଛନ୍ତି ଯେ ଖାଲି ଷ୍ଟାଡିୟମ୍‍ରେ ମ୍ୟାଚ୍‍ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ରୟଙ୍କ ଭାଷାରେ, ମୁଁ ପଡ଼ିଆରେ ଓହ୍ଲାଇ କ୍ରିକେଟ ଖେଳିବାକୁ ଚାହେଁ। ଏପରି ସୁଯୋଗ ଯେବେ ଆଗକୁ ମିଳିବ; ତାହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ ହେବ। କାରଣ ଛୋଟ ପିଲା କ୍ରିକେଟ୍‍ ଖେଳିବାର ସୁଯୋଗ ପାଇବା ଭଳି ମନେହେବ। ଶେଷରେ ରୟ କହିଛନ୍ତି, ସାଧାରଣ ଜନତାଙ୍କୁ କରୋନାଠାରୁ ବଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେଉଛନ୍ତି। ଆମେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତକରି ତାଙ୍କୁ ସହଯୋଗ କରିବା ଠିକ୍‍ ହେବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories