www.samajalive.in
Saturday, December 13, 2025
15.1 C
Bhubaneswar

ରାୟଗଡ଼ା ମୁନିଗୁଡ଼ାର ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ

ମୁନିଗୁଡା: ଗୋଟିଏ ପଟେ କରୋନା ଭୂତାଣୁ ସଂକ୍ରମଣ ନେଇ ଆଶଙ୍କା, ଅନ୍ୟପଟେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରାୟଗଡ଼ା ମୁନିଗୁଡ଼ାର ଟିକରପଡ଼ା ବସ୍ତି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତଦୁଇ ସପ୍ତାହ ଧରି ସଂଗୃହିତ ରକ୍ତ ନମୁନାରୁ ୪୨ଟି ପଜିଟିଭ୍‌ ମିଳିଛି ବୋଲି ରାୟଗଡ଼ାର ଅତିରିକ୍ତ ଜିଲା ଚିକିତ୍ସାକାରୀ ବି.ଲକ୍ଷ୍ମୀନାରାୟଣ ପୃଷ୍ଟି ସୂଚନା ଦେଇଛନ୍ତି। ଗତ ୧୧ରୁ ୨୯ ମଧ୍ୟରେ ୧୩୭ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ଏବଂ ସେଥିମଧ୍ୟରୁ ୪୨ଟି ରକ୍ତ ନମୁନା ଡେଙ୍ଗୁ ପଜିଟିଭ୍ ରହିଛି। ସଂମ୍ପୃକ୍ତ ଅଞ୍ଚଳରେ ଅଜଣା ରୋଗରେ ଲୋକେ ଅସୁସ୍ଥ ହେବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୧୫ଦିନ ହେଲା ଟିକରପଡ଼ା ଅଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଗଠନ ହୋଇଛି। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ରକ୍ତନମୁନା ସଂଗ୍ରହ କରାଯାଇଥିଲା। ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିବା ପରେ ରୋଗୀଙ୍କୁ ଆବଶ୍ୟକ ଔଷଧ ଦେଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯାଇଛି।

ରାୟଗଡ଼ା ଜିଲା ମୁନିଗୁଡ଼ା ସଦର ମହକୁମା ଟିକରପଡ଼ା ସାହିରେ ଗତ ୨ ମାସ ମଧ୍ୟରେ ଅଜଣା ରୋଗରେ ୧୦ଜଣଙ୍କ ମୃତ୍ୟୁଘଟିଛି ଓ ବହୁଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲ୍‍ରେ ଚିକିତ୍ସା ହେଉଛନ୍ତି। ସେହିପରି ଏଠାରେ ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୧୫ଜଣରୁ ଊର୍ଦ୍ଧ୍ବ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡେଙ୍ଗୁ ପଜିଟିଭ୍‍ ବାହାରିଥିବା ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲ୍‍ ରିପୋର୍ଟରୁ ଜଣାପଡ଼ିଛି। ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳି ଯାଇଥିବାବେଳେ ରାୟଗଡ଼ା ମୁନିଗୁଡ଼ା ଟିକରପଡ଼ା ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଯୋଗୁ ଲୋକେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି। ତେବେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଛି। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ ପକାଇ ଲୋକଙ୍କୁ ସଚେତନ କରିବା ସହିତ ଚିକିତ୍ସା ଅଭିଯାନ ଜାରି ରହିଛି।

- Advertisement -

ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶଙ୍କର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସି​‌​‌ନ୍ଦ୍ରେ ବାଗଙ୍କ ସମେତ ୧୦ ଜଣ ଅଚିହ୍ନ ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ଏ ସମ୍ପର୍କରେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଡା.ସଞ୍ଜୟ କୁମାର କହିଛନ୍ତି ଯେ ପଚାରିବାରୁ ଉକ୍ତ ସାହିରୁ ପ୍ରାୟ ୪ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ସେବା ପ୍ରଦାନ ପାଇଁ ରାୟଗଡ଼ା ଜିଲା ଚିକିତ୍ସା କେନ୍ଦ୍ରକୁ ସୁପାରିଶ କରାଯାଇଥିଲା, କିନ୍ତୁ ସେମାନେ ସେଠାକୁ ନ ଯାଇ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍‍ପିଟାଲ୍‍କୁ ପଳାଇଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଅପରପକ୍ଷରେ ମୃତ୍ୟୁବରଣ କରିଥବାବ୍ୟକ୍ତିମାନେ ଡେଙ୍ଗୁରେ ଆକ୍ରାନ୍ତ ନୁହଁନ୍ତି ବୋଲି ସେ କହିଥିଲେ।

ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ସେମାବାର ଜିଲାରୁ ଏକ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ବିଡିଓ ଦିଲ୍ଲୀପ କୁମାର ବେହେରା, ତହସିଲଦାର ଦେବାଶିଷ ଗୌଡ଼, ଡା.ସଞ୍ଜୟ କୁମାର ଟିକରପଡ଼ା ସାହିକୁ ଯାଇ ପରିମଳ ବ୍ୟବସ୍ଥାକୁ ସଫାସୁତୁରା ରଖିବା ସହ ନିଜେ ପରିସ୍କାର ରହିବା ପାଇଁ ପରାମର୍ଶ ଦେଇଥିଲେ। ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସାରା ମୁନିଗୁଡ଼ା ଅଞ୍ଚଳରେ ଡେଙ୍ଗୁ ରୋଗ ନେଇ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଗୋଟିଏ ପଟେ କରୋନା ମହାମାରୀ ଭୂତାଣୁକୁ କିଛି ଜନସାଧାରଣଙ୍କ ଆତଙ୍କିତ ଥିବାବେଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାରୁ ମନରେ ଭୟଭୀତ ସୃଷ୍ଟି ହୋଇଛି। ବିଡିଓ ଦିଲ୍ଲୀପ କୁମାର ବେହେରା କହିଛନ୍ତି ଯେ ପ୍ରଶାସନ ଏଥିପ୍ରତି କଡ଼ା ନଜର ରଖିଛି। ଜନସାଧାରଣ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories