www.samajalive.in
Saturday, December 13, 2025
26.1 C
Bhubaneswar

ମଦ ଚୋରା କାରବାର ଅଭିଯୋଗରେ ଲଜ୍ ମ୍ୟାନେଜର ସମେତ ୨ ଗିରଫ  

ବଲାଣି : କରୋନା ଭୁତାଣୁ ଯୋଗୁଁ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଅନ୍ୟ କିଛି ବ୍ୟବସାୟିକ ଅନୁଷ୍ଠାନକୁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ନୀତି ନିୟମ ପାଳନ କରି ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ପ୍ରସାଶନ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଦ ଦୋକାନକୁ ଅବକାରୀ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯାଇଥିଲେ ହେଁ ବଡ଼ବିଲ ଓ ବଲାଣି ଅଂଚଳରେ ମଦ ଚୋରାକାରବାରରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ । ଗୋଟିଏ ପକ୍ଷରେ ଅବକାରୀ ବିଭାଗ ମଦ ଦୋକାନ ଗୁଡିକୁ ସିଲ୍ କରିଥିବା ନେଇ ସ୍ପଷ୍ଟୀକରଣ ଦେଉଥିବା ବେଳେ ଲକ୍ ଡାଉନର ମାସକ ପରେ ମଧ୍ୟ ଅବାଧରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ବଡ଼ବିଲ ପୁଲିସ ମଦ ଚୋରାକାରବାରରେ ଲିପ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦ୍ବୟ ହେଲେ ବଡ଼ବିଲ ବାଟା ଛକ ନିକଟରେ ଅବସ୍ଥିତ ଟୁରିଷ୍ଟ ଲଜ୍ ର ମ୍ୟାନେଜର ଚନ୍ଦ୍ରସେନ ମହାନ୍ତ ଓ ମଦ ବିକ୍ରିରେ ସାହାଯ୍ୟ କରୁଥିବା ଛୋଟୁ ଗୁପ୍ତା । ଏହି ଚୋରାକାରବାରରେ ଲିପ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ବାଟା ଛକରେ ଥିବା ଅଫ୍ ସୋପ୍ ଦୋକାନର ମ୍ୟାନେଜର ଫେରାର ହୋଇଯାଇଥିବା ସୂଚନା ରହିଛି । ତାଙ୍କ ଠାରୁ ବଡ଼ବିଲ ପୁଲିସ ୩୭୫ ମିଲିଲିଟର ୧୨ଟି ବିଦେଶୀ ମଦ ବତଲ ଜବତ କରିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଅବକାରୀ ବିଭାଗ ମଦ ଦୋକାନ ଗୁଡିକ ସିଲ୍ କରିଥିବା ବେଳେ ଏତେ ମାତ୍ରାରେ ମଦ ବୋତଲ କେଉଁଠୁ ଆସୁଛି । ଅନ୍ୟ ପକ୍ଷରେ ପୁଲିସ କର୍ମଚାରୀ କରୋନା ଭୂତାଣୁକୁ ପ୍ରତିହତ କରିବାକୁ ଦେବଦୂତ ସାଜି ବିଭିନ୍ନ ସ୍ଥାନରେ କର୍ମକ୍ଷେତ୍ରରେ ନିୟୋଜିତ ଥିଲେ ହେଁ ଅବକାରୀ ବିଭାଗର ଅତିରିକ୍ତ କାର୍ଯ୍ୟ କରୁଥିବା ବେଳେ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories