www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ନିଖିଳ ଓଡ଼ିଶା ଟେଣ୍ଟ୍‍ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୪ଲକ୍ଷ ପ୍ରଦାନ

ଭୁବନେଶ୍ବର : କରୋନା ଭୂତାଣୁ ମୁକାବିଲା ପାଇଁ ନିଖିଳ ଓଡ଼ିଶା ଟେଣ୍ଟ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ସଂଘର ସଭାପତି ଦ୍ୱାରିକାନାଥ ପଣ୍ଡା ଓ ସଂଘର ଅନ୍ୟ କାର୍ଯ୍ୟକାରୀ କର୍ମକର୍ତ୍ତା ସଂଘର ସଭାପତି ଦ୍ୱାରିକାନାଥ ପଣ୍ଡା ଓ ସଂଘର ଅନ୍ୟ କାର୍ଯ୍ୟକାରୀ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ୪ଲକ୍ଷ ଟଙ୍କାର ଏକ ଚେକ୍‍ ପ୍ରଦାନ କରିଛନ୍ତି। ଏହି ଅର୍ଥ ରାଶି ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ କରୋନା ମହାମାରୀ ବିଶ୍ୱରେ ବିଭୀଷିକା ରଚାଇଥିବାବେଳେ ଆମ ରାଜ୍ୟରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସବୁବର୍ଗଙ୍କଠାରୁ ସହାୟତା ଓ ସହଯୋଗ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଲ୍‍ ଓଡ଼ିଶା ଟେଣ୍ଟ ହାଉସ୍‍ ଓନର୍ସ ଆଣ୍ଡ ସପ୍ଲାୟର୍ସ ଆସୋସିଏସନ୍‍ ତରଫରୁ ପ୍ରଦାନ କରାଯାଇଥିବା ସହାୟତା ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ। ଏହି ଅବସରରେ ସଂଘର ସଭାପତି ଶ୍ରୀ ପଣ୍ଡା କହିଥିଲେ ଯେ କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‍ଡାଉନ୍‍ ରହିଥିବାବେଳେ ଏଥିରେ ପ୍ରଭାବିତ ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ଖୋର୍ଦ୍ଧା ଜିଲା ଟେଣ୍ଟ ହାଉସ୍‍ ଓନର୍ସ ଆଣ୍ଡ ସପ୍ଲାୟର୍ସ ଆସୋସିଏସନ୍‍ ତରଫରୁ ସ୍ୱତନ୍ତ୍ର ଭାବେ ୩ଲକ୍ଷ ଟଙ୍କାର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସେହିଭଳି ସେମାନଙ୍କ ଜିଲା ସ୍ତରୀୟ ସଂଘ ଦ୍ୱାରା ମଧ୍ୟ ବିଭିନ୍ନ ଜିଲାରେ ଅନ୍ୟାନ୍ୟ ସହାୟତା ପ୍ରଦାନ ସହିତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଆର୍ଥିକସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ ସମୟରେ ସଂଘର ଅଧ୍ୟକ୍ଷ ଅଟଳ ବିହାରୀ ଜେନା, ସମ୍ପାଦକ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଉପେନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଟା ପ୍ରବୋଧ କୁମାର ଦାସ, କୋଷାଧ୍ୟକ୍ଷ ଜୟନାରାୟଣ ସିଂ, ସଂଘର କର୍ମକର୍ତ୍ତା ଗୁରୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories