www.samajalive.in
Thursday, December 11, 2025
16.1 C
Bhubaneswar

ପରିସ୍ଥିତି ଅନୁକୂଳ ହେବା ମାତ୍ରେ ଦେଶକୁ ଫେରିବେ ଅଟକି ରହିଥିବା ନାବିକ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ସିପ୍ ଲାଇନର, ଜାହାଜ ଚଳାଚଳ କମ୍ପାନୀ, ସାମୁଦ୍ରିକ ଜାହାଜ ଚଳାଚଳ ସଂଘ, ନାବିକ ସଂଘମାନଙ୍କ ସହ ଭାରତୀୟ ବନ୍ଦରରେ ଅଟକି ରହିଥିବା ନାବିକମାନଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ବିଶ୍ୱର ଅନେକ ସ୍ଥାନରେ ସମୁଦ୍ରରେ ଅଟକି ରହିଥିବା ନାବିକମାନଙ୍କ ଦେଖାରଖା ସଂପର୍କୀତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଦେଶରେ କେତେ ଭାରତୀୟ ନାବିକ ଅଟକି ରହିଛନ୍ତି ଯାହାଙ୍କୁ ଭବିଷ୍ୟତରେ ଦେଶକୁ ଫେରାଇ ଅଣାଯିବାର ଅଛି ସେ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ।

ମାଣ୍ଡଭିୟ ନାବିକ ସଂଗଠନଗୁଡିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ଅଟକି ରହିଥିବା ନାବିକମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ। ଦେଶର ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ସକାଶେ ନାବିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ୱୀକାର କରିବା ସହ ଏବେ ନାବିକମାନେ ସାମନା କରୁଥିବା ଆହ୍ଵାନକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।

- Advertisement -

ଏହି ଆଲୋଚନାରେ ଭାରତୀୟ ଜାତୀୟ ଜାହାଜ ମାଲିକ ସଂଘ, ସାମୁଦ୍ରିକ ଜାତୀୟ ସିପିଂ ଏଜେନ୍ସି, ଭାରତୀୟ ଜାତୀୟ ନାବିକ ସଂଘ, ଭାରତୀୟ ନାବିକ ନ୍ୟାସ ଓ ଭାରତୀୟ ସାମୁଦ୍ରିକ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ। ସେହିଭଳି ସାମୁଦ୍ରିକ ଜାହାଜ ମାଲିକ ପରିଚାଳକ ଓ ଏଜେଣ୍ଟ ସଂଘର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories