www.samajalive.in
Saturday, December 6, 2025
19.1 C
Bhubaneswar

ଲାଲୁ ଯାଦବଙ୍କର ହେବ କରୋନା ନମୁନା ପରୀକ୍ଷା

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ଯାଦବଙ୍କର କରୋନା ପରୀକ୍ଷା ହୋଇପାରେ । ଲାଲୁଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଏ ସମ୍ପର୍କରେ ଗୁରୁତର ଚିନ୍ତା କରୁଥିବା ସୂଚନା ମିଳିଛି । ରାଞ୍ଚି ଅନ୍ତର୍ଗତ ରିମସ ଡ଼ାକ୍ତରଖାନାରେ ଲାଲୁ ଯାଦବ ଚିକିତ୍ସିତ ହେଉଛନ୍ତି । ସେଠାରେ ଯେଉଁ ଡ଼ାକ୍ତର ତାଙ୍କର ଚିକିତ୍ସା ଦାୟିତ୍ବରେ ଅଛନ୍ତି ସେ ଯେଉଁ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେମାନଙ୍କ ମଧ୍ୟରେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ଡ଼ାକ୍ତର ଓ ତାଙ୍କର ସମସ୍ତ ସହଯୋଗୀ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛନ୍ତି । ନିଜେ ଡ଼ାକ୍ତର ମଧ୍ୟ ସଙ୍ଗରୋଧରେ ଅଛନ୍ତି । ଡ଼ାକ୍ତରଖାନା ଅଧୀକ୍ଷକ ବିବେକ କଶ୍ୟପ କହିଛନ୍ତି, ଯଦି ଆବଶ୍ୟକ ମନେହୁଏ ତେବେ ଲାଲୁ ପ୍ରସାଦ ଯାଦବଙ୍କର ମଧ୍ୟ ନମୁନା ନିଆଯିବ । କରୋନା ସଂକ୍ରମଣ ଯାଞ୍ଚ କରାଯିବ। ସେ କହିଛନ୍ତି, ଆମେ କୌଣସି ପ୍ରକାର ବିପଦରେ ପଡିବାକୁ ଚାହୁଁନୁ ତେଣୁ ସମ୍ପୂର୍ଣ୍ଣ ଭାବରେ ସବୁପ୍ରକାର ପଦକ୍ଷେପ ନିଆଯିବ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories