www.samajalive.in
Thursday, December 11, 2025
16.1 C
Bhubaneswar

‘ରେଡ଼ ସ୍ୱସ୍ତିକ ସୋସାଇଟି’ ଏବଂ ‘କମିଶନରେଟ ପୋଲିସ’ର ମିଳିତ ସହଯୋଗରେ ରକ୍ତଦାନ ଶିବିର

ଭୁବନେଶ୍ବର : ସ୍ବେଚ୍ଛାସେବୀ ସଂଗଠନ ‘ରେଡ଼ ସ୍ୱସ୍ତିକ ସୋସାଇଟି’ ଏବଂ ‘କମିଶନରେଟ ପୋଲିସ’ର ମିଳିତ ସହଯୋଗରେ ପୁଲିସ ରିଜର୍ଭ ଅଫିସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ରେଡ଼ ସ୍ୱସ୍ତିକ ସୋସାଇଟି’ର ସେକ୍ରେଟାରୀ ଦେବାଶିଷ ପଟ୍ଟନାୟକ, ଡିସିପି ଅନୁପ ସାହୁ, ପୋଲିସ ଅଧିକାରୀ ଲଲାଟେନ୍ଦୁ ମହାନ୍ତି, ବିଜୟ ସାହୁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଡିସିପି ଅନୁପ୍‌ ସାହୁ କହିଥିଲେ ଯେ ବର୍ତ୍ତମାନ ସାରା ଲକ୍‌ଡାଉନ୍‌ ଯୋଗୁ ରକ୍ତଅଭାବ ଦେଖାଦେଉଥିବାରୁ ସରକାରୀ ନିୟମାନୁସାରେ ୩୦ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଏକ ଶିବିର ଆୟୋଜିତ ହୋଇଛି। ଏଭଳି ଏକାଧିକ ରକ୍ତଦାନ ଶିବିର ଆୟୋଜନ କରାଯାଇପାରିଲେ ରାଜ୍ୟରେ ରକ୍ତ ଅଭାବ ରହିବ ନାହିଁ ଏବଂ ଅନେକ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିବ। ସେହିପରି ରକ୍ତଶିକୁଳୀ ରୋଗରେ ପୀଡ଼ିତ ହୋଇଥିବା ଅନେକ ରୋଗୀଙ୍କୁ ନିୟମିତ ରକ୍ତ ନେବାରେ ଅସୁବିଧା ରହିବ ନାହିଁ। ଏହି ପରିପ୍ରେକ୍ଷୀରେ ଏଠାରେ ‘ରେଡ଼ ସ୍ୱସ୍ତିକ ସୋସାଇଟି’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ପ୍ରଶଂସନୀୟ ବୋଲି ଡିସିପି ଅନୁପ୍ ସାହୁ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ‘ରେଡ଼ ସ୍ୱସ୍ତିକ ସୋସାଇଟି’ ପକ୍ଷରୁ ରାଜ୍ୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା ରଖିଛି ବୋଲି ସେକ୍ରେଟାରୀ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories