ସମାଜ ପୋର୍ଟାଲ ଡେସ୍କ: ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ଦେଶର ୨୦ ହଜାର ଜନ ସେବା କେନ୍ଦ୍ରରେ ଆଧାର କାର୍ଡ ସଂଶୋଧନ ପାଇଁ ଅନୁମତି ଦେଇଛନ୍ତି। କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରସାଦ କହିଛନ୍ତି, ଦେଶବ୍ୟାପୀ ପ୍ରାୟ ୨୦ ହଜାର ସିଏସସି ବର୍ତ୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ। ଏହି ସୁବିଧା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ ।
ବ୍ୟାଙ୍କିଂ ସୁବିଧା ଥିବା ସିଏସିଗୁଡିକ ନିଜ ଭିତ୍ତିଭୂମି ଓ ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ୟ୍ୟ କରିଛି। ସିଏସିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ. ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ଆଧାର ସଂଶୋଧନ କାର୍ୟ୍ୟ ଆରମ୍ଭ ହୋଇପାରିବ।



