www.samajalive.in
Wednesday, December 10, 2025
26.1 C
Bhubaneswar

ଗର୍ଭବତୀ ବୁଲା କୁକୁରକୁ ପିଟିପିଟି ହତ୍ୟା; ଥାନାରେ ରୁଜୁ ହେଲା ମାମଲା

ଭୁବନେଶ୍ବର (ବ୍ୟୁରୋ): ଏକ ଗର୍ଭବତୀ ବୁଲା କୁକୁରକୁ ପିଟିପିଟି ଜଣେ ମହିଳା ମାରିଦେବା ଘଟଣା ଏବେ ଥାନାରେ । ଏକାମ୍ର ଆନିମାଲ ୱେଲଫେୟାର ଟ୍ରଷ୍ଟ ଏ ସମ୍ପର୍କରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି । ଘଟଣାଟି ଭୁବନେଶ୍ବର ମହାନଗର ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଘଟିଛି ।
ଅଭିଯୋଗ ଅନୁସାରେ ବୁଲା କୁକୁରଟି ଗର୍ଭବତୀ ଥିଲା ଓ ଆସନ୍ନ ପ୍ରସବ ଯନ୍ତ୍ରଣାରେ ଚିତ୍କାର କରୁଥିଲା । ପ୍ରସବ ପାଇଁ ତାର ଅପରେସନ କରାଯାଇଥିଲା । କୁକୁର ପେଟରୁ ଦୁଇଟି ଶାବକଙ୍କୁ ବାହାର କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ମରି ଯାଇଥିଲା ଓ ଅନ୍ୟଟିର ଅବସ୍ଥା ଗୁରୁତର ଥିଲା । ଗୁରୁତର କୁକୁରଟି ମଧ୍ୟ କିଛି ସମୟ ପରେ ମରି ଯାଇଥିଲା ବୋଲି ଆନିମାଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ଜଣେ କର୍ମକର୍ତ୍ତା ପୂରବୀ ପାତ୍ର ପୁଲିସ ନିକଟରେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଉକ୍ତ ବୁଲା କୁକୁରଟିକୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିସ୍ତୁକ ପିଟିଥିଲେ ଓ ଯେଉଁଥିପାଇଁ ସେ ଅତ୍ୟନ୍ତ ଗୁରତର ହୋଇ ପଡ଼ିଥିଲା । ତେଣୁ କୁକୁରଟିକୁ ପିଟିଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂରବୀ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ୨ ଦିନ ତଳେ ‘ସ୍ପିକ୍ ଫର ଆନିମାଲ୍ସ’ର ଅଧ୍ୟକ୍ଷ କୁଶଳ ବିଶ୍ବାସ ଚନ୍ଦ୍ରଶେଖରପୁର ଥାନାରେ ଅନୁରୂପ ଅଭିଯୋଗ କରିଥିଲେ । ଜଣେ ସୁରେଶ ଦିଗାଲ ନାମକ ବ୍ୟକ୍ତି ଏକ କୁକୁରକୁ ପିଟିପିଟି ମାରିଦେବା ନେଇ ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସେ ଓ ତାଙ୍କର ସହଯୋଗୀମାନେ ବୁଲାକୁକୁରଙ୍କୁ ଖାଇବାକୁ ଦେବାକୁ ଯିବାବେଳେ ଇନଫୋସିଟି ରୋଡ ଫେଡ଼େରାଲ ବ୍ୟାଙ୍କ ଏଟିଏମ୍ ନିକଟରେ ଗୋଟିଏ କୁକୁର ଅତି ଗୁରୁତର ଅବସ୍ଥାରେ ରକ୍ତାକ୍ତ ପଡ଼ିଥିବା ଦେଖିଥିଲେ । ତାଙ୍କ ଅଭିଯୋଗ ପାଇ ଚନ୍ଦ୍ରଶେଖପୁର ଏସ୍ଆଇ ଗଜାନନ ସାହା ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତା କଡ଼ରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ଜେରା କରିବା ପରେ ସେମାନେ ଇଟା ଓ କାଠରେ କୁକୁରକୁ ପିଟିଥିବା ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories