www.samajalive.in
Monday, December 8, 2025
24.1 C
Bhubaneswar

ମଣିଷ ଦେହରେ ୬ ଟିକା ପରୀକ୍ଷା

ନୂଆଦିଲ୍ଲୀ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନା ଭାଇରସ୍ ଟୀକାର ଗୁରୁବାରଠାରୁ ମଣିଷ ଦେହରେ ପରୀକ୍ଷା ହୋଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ଏହାର ତୁରନ୍ତ ପ୍ରସ୍ତୁତି ଆରମ୍ଭ ପାଇଁ ଭାରତୀୟ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟ ଆରମ୍ଭ କରିଥିବା ଖବର ମିଳିଛି। ଗୁରୁବାର ଦିନ ଅକ୍ସଫୋର୍ଡରେ ଏହି ପରୀକ୍ଷା ଆରମ୍ଭ ହୋଇଛି ଯେଉଁଥିରେ ୮୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହି ନୂତନ ଟିକା ଦିଆଯାଇଛି। ଏହା ହେଉଛି ଷଷ୍ଠ କରୋନା ଭାଇରସ୍ ଟୀକା ଯାହା ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣରେ ପ୍ରବେଶ କରିଛି। ଯଦି ପରୀକ୍ଷଣଗୁଡିକ ସଫଳ ହୁଏ, ତେବେ ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ ପ୍ରସ୍ତୁତ ହେବ। ଅନ୍ୟପକ୍ଷରେ ପୁନେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟୀକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇଛି। କମ୍ପାନୀର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ଏହି ପରୀକ୍ଷଣ ସଫଳ ହେଲେ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଡୋଜ ଉପଲବ୍ଧ କରାଇବ। ଏହି ପ୍ରତିଷେଧକ ଟୀକା ଶତକଡ଼ା ୮୦ଭାଗ ସଫଳତା ଲାଭ କରିଥିବା ବୈଜ୍ଞାନିକମାନେ କହିଛନ୍ତି। କରୋନା ଭୂତାଣୁ ପ୍ରତିଷେଧକ ଟିକାର ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ବ୍ରିଟେନ୍‍ ସରକାର ୨୦ ନିୟୁତ ପାଉଣ୍ଡ ଦେବେ। ବ୍ରିଟେନ୍‍ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‍ ହାନକକ୍‍ କହିଛନ୍ତି, ଏହି ଭୟଙ୍କର ଭୂତାଣୁ ପାଇଁ ଏକ ପ୍ରତିଷେଧକ ଟୀକା ବାହାର କରିବା ଲାଗି ବ୍ରିଟେନ୍‍ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ପ୍ରତିଷେଧକ ଟୀକା ଏକ ସୁସ୍ଥ ସିମ୍ପାଜି ଭୂତାଣୁରୁ ପ୍ରସ୍ତୁତ କରାଯାଇଛି ଓ ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଅତ୍ୟନ୍ତ ସୁସ୍ଥ ବ୍ୟକ୍ତିଙ୍କଠାରେ ପରୀକ୍ଷା କରାଯାଉଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories