www.samajalive.in
Sunday, December 7, 2025
26.1 C
Bhubaneswar

ଲକ୍ଷ୍ମୀପୁର ରେଳଷ୍ଟେସନ ଉପରେ ଓଡିଲା ଡ୍ରୋନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ରେଳଷ୍ଟେସନ ଠାରେ ସୋମବାର ପୂର୍ବତଟ ରେଳ ବିଭାଗର ଆଇ.ଜି ରାଜାରାମ ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ବିଶାଖାପାଟଣାର ଏକ ଘରୋଇ କମ୍ପାନୀ ଦ୍ୱାରା ଲକ୍ଷ୍ମୀପୁର ରେଳଷ୍ଟେସନର ସବୁ ଦିଗକୁ ନଜର ରଖିବା ପାଇଁ ଏକ ଡ୍ରୋନ କ୍ୟାମେରାର ସାହାଯ୍ୟ ନିଆଯାଇଛି।  ସାରା ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମିତ ରୋଗକୁ ରୋକ ଦେବାପାଇଁ  କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ଦେଶର ସମସ୍ତ ପାସେଞ୍ଜର ଟ୍ରେନ ଗୁଡିକ ବନ୍ଦ ରଖାଜାଇଥିବା ସହିତ କେବଳ ମାଲଗାଡ଼ି ଗୁଡ଼ିକ ଚଳ ପ୍ରଚଳ କରୁଛି। ଏଥିରେ କିଛି ବ୍ୟତିକ୍ରମ ଦେଖାଯିବା ପୁର୍ବରୁ ଏହାର ରକ୍ଷଣା ବେକ୍ଷଣ ଏବଂ ସୁରକ୍ଷା ଦୃଷ୍ଟିକୁ ନଜର ରଖିବା ସହ କେଉଁଠାରେ ଟ୍ରେନ ଗୁଡ଼ିକରେ ମାଲ ଗୁଡ଼ିକ ଚୋରା ଚାଲଣ କରାଯାଉଥିବା ଭାବି ଭାରତ ସରକାରର ରେଳ ବିଭାଗ ଦ୍ୱାରା ସାରା ଭାରତ ବର୍ଷରେ ଡ଼୍ରୋନ୍ କ୍ୟାମେରା ଦ୍ଵାରା ନଜର ରଖିଛନ୍ତି। ଏନେଇ ଆଜି  ଲକ୍ଷ୍ମୀପୁର ରେଳ ଷ୍ଟେସନ ଠାରେ ଲକ୍ଷ୍ମୀପୁର ଆର୍‌.ପି.ଏଫ୍  ସବ୍ ଇନ୍ସପେକ୍ଟର ବି.ଭି ରାବଣା ଏବଂ ତାଙ୍କ କର୍ମଚାରୀ ଆନନ୍ଦ କୁମାର ପାଢୀ ଏବଂ ଜି. ଇଲାୟା ପ୍ରମୁଖ ଉପସ୍ଥିତିରି ଲକ୍ଷ୍ମୀପୁର ଷ୍ଟେସନର ଅଞ୍ଚଳର ସମସ୍ତ ଫଟୋ ଡ୍ରୋନ କ୍ୟାମେରା  ପରିଚାଳିତ କରୁଥିବା ସୁରେଶ କୁମାର କାମିଡ଼ିଙ୍କ ସାହାଜ୍ୟରେ ଭିଜ୍ୟୁଆଲ୍ ଓ ଫଟୋ ଉତ୍ତୋଲନ କରାଯାଇଥିଲା। ସେମିତି କିଛି ଅବ୍ୟବସ୍ଥାର ଚିତ୍ର ଦୃଶ୍ୟମାନ ହୋଇନଥିବା ରେଳ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories