www.samajalive.in
Thursday, December 11, 2025
18.1 C
Bhubaneswar

ଆସାମରେ ରହସ୍ୟମୟ ଭୂତାଣୁ: ୬ ଜିଲାକୁ ବ୍ୟାପିଲାଣି, ମରୁଛନ୍ତି ହଜାର ହଜାର ଘୁଷୁରୀ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ଯୋଜନା ଚାଲିଛି। କରୋନା ଭୂତାଣୁ ଚିହ୍ନଟ ଓ ଏଥିପାଇଁ ଚିକିତ୍ସା ଯୋଗାଇ ଦେବା ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ତେବେ ଏକ ରହସ୍ୟମୟ ତଥା ଅଜଣା ଭୂତାଣୁ ଆସାମ ସରକାରଙ୍କ ନିଦ ହଜାଇ ଦେଇଛି । ଏହି ରହସ୍ୟମୟୀ ଭୂତାଣୁ ସଂକ୍ରମଣରେ ହଜାର ହଜାର ଘୁଷୁରୀଙ୍କ ମୃତ୍ୟୁ ହୋଇଛି । ଆସାମର ୬ ଜିଲା ଏହି ରହସ୍ୟମୟୀ ଭୂତାଣୁ କବଳରେ ରହିଛି । ଶନିବାର  ଘୁଷୁରୀ ମାଂସ କିଣିବାକୁ ରାଜ୍ୟ ସରକାର ନିଷେଧ ଘୋଷଣା କରିଛନ୍ତି ।
କୃଷିମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ ଆସାମରେ ଘୁଷୁରୀ ଓ ମାଂସ କିଣିବା ନେଇ ନିଷିଦ୍ଧ କରାଯାଇଛି। ଘୁଷୁରୀମାନେ ଅଜଣା ଭୂତାଣୁ ସଂକ୍ରମଣ ଦ୍ବାରା ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଡାକ୍ତରୀ ଦଳ ପଠାଯାଇଛି ଓ ମୃତ ଘୁଷୁରୀଙ୍କ ନମୁନା ସଂଗ୍ରହ କରାଯାଇଛି।
ନର୍ଥ ଇଷ୍ଟର୍ନ ରିଜିଓନାଲ ଡିଜିଜ୍ ଡାଇଗ୍ନୋଷ୍ଟିକ୍ ଲାବୋରୋଟେରୀ ଓ ବାୟୋସେଫ୍ଟି ଲେବଲ-୩ ଲାବରୋଟୋରୀରେ ଘୁଷୁରୀଙ୍କ ନମୁନା ପରୀକ୍ଷଣ ହୋଇଛି। ଏଥିରେ ମିଳିଥିବା ରିପୋର୍ଟରେ ଘୁଷୁରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
କୃଷିମନ୍ତ୍ରୀଙ୍କ କହିବା ଅନୁସାରେ ସମସ୍ତ ନମୁନା ଏବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଭୋପାଳରେ ପଠାଯାଇଛି । ଭୋପାଳରୁ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ରୋଗ ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ୬ଟି ଜିଲାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି, ଯେଉଁଠାରେ ଘୁଷୁରୀ ମରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories