www.samajalive.in
Tuesday, December 9, 2025
26.1 C
Bhubaneswar

ଡଙ୍କଲୁପାଡୁ ବସ୍ ଟ୍ରାଜେଡି ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଭାରତୀଙ୍କ ମୃତ୍ୟୁ

ଗୋପାଳପୁର : ମେଣ୍ଡରାଜପୁର ଠାରେ ଗତ ଫେବୃଆରୀ ୯ ତାରିଖରେ ଘଟିଥିବା ବସ୍ ଟ୍ରାଜେଡି ଘଟଣାରେ ସୋମବାର  ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ଆଉ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ  ପି. ଭାରତୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ,  ଏହି ଘଟଣାରେ ଭାରତୀ ହାତଟି ସମ୍ପୂର୍ଣ ଜଳି ଯାଇଥିବା ବେଳେ ଦୁଇ ଗୋଡର ଆଂଗୁଳି ଗୁଡିକ ପୋଡ଼ି ଯାଇଥିଲା। ଘଟଣା ପରେ ଭାରତୀଙ୍କ ସମେତ ୯ ଜଣରୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ୯ ଜଣଙ୍କ ମଧ୍ୟରୁ ଗତ ଫେବୃଆରୀ ୧୫ ତାରିଖରେ ଡଙ୍କୁଲପାଡୁ ରବି ମହାଲକ୍ଷ୍ମୀ (୫୦)ଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ ସେଠାରେ ଚିକିତ୍ସିତ ରହିଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଭାରତୀ ସର୍ଜରୀ ବିଭାଗରେ ଆଡମିଟ ରହିଥିବା ବେଳେ ଦୁଇଥର ଡାକ୍ତଙ୍କ ଦ୍ଵାରା ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲ।। ପ୍ଲାଷ୍ଟିକ ସର୍ଜରୀ ପରେ ପରେ  ଭାରତୀଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତୀ ଦେଖା ଦେଇଥିଲା। ହେଲେ ଦାୟିତ୍ଵରେ ଥିବା ଡ଼ାକ୍ତରଙ୍କ ପକ୍ଷରୁ ଭାରତୀଙ୍କ ଚିକିତ୍ସା ଜାରି ରହିଥିଲା। କିନ୍ତୁ ଆଜି ସକାଳେ ଭାରତୀଙ୍କର ମୃତ୍ୟୁ ଘଟିଛି। ଏନେଇ ଛାତ୍ରୀଙ୍କ ମାଆ ଇନ୍ଦ୍ରାଣୀ ସରପଞ୍ଚ ଦଣ୍ଡ ସାହୁଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ଖବର ପାଇ ସରପଞ୍ଚ ଶ୍ରୀ ସାହୁ ଏବଂ ଏକସିଙ୍ଗ ସରପଞ୍ଚ ସୁଧାକର ରେଡ୍ଡୀ ଏବଂ କେତେକ ଅଞ୍ଚଳ ବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଅସାହେବଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଭାରତୀୟଙ୍କ ମୃତଦେହକୁ ଗାଁକୁ ଆଣିବାକୁ ବ୍ୟବସ୍ଥା କରିବାକୁ ନିବେଦେନ କରିଥିଲ। ଏହା ପରେ ବ୍ରହ୍ମପୁରରୁ ଏକ ଆମ୍ବୁଲାନ୍ସ ଯୋଗାଡ଼ କରାଯାଇ କଟକ ପଠାଯିବା ସହ ଭାରତୀଙ୍କ ମୃତଦେହ ଅଣାଯିବାର ବ୍ୟବସ୍ଥା କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ,  ଗତ ଫେବୃଆରୀ ୯ ତାରିଖରେ ଚିକିଟି ବ୍ଲକ ଏକସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡଙ୍କୁଲପାଡୁ ଗ୍ରାମର ୟୁ . ଅଶୋକଙ୍କ ଚିକରଡା ଗ୍ରାମରେ ନିର୍ବନ୍ଧ କାର୍ଯ୍ୟ ନିମନ୍ତେ ଏକ ବସ୍ ଯୋଗେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସରେ ଆସୁଥିବା ବେଳେ ରଙ୍ଗେଇଲୁଣ୍ଡା  ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଛକ ଠାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ବସଟି ଆସିଯାଇଥିଲା। ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫ ଜଣଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ଭାରତୀଙ୍କ ପରିବାର ତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ ମାଆ ଦୁଃଖ କଷ୍ଟରେ ପରିବାର ପରିପୋଷଣ କରୁଥୁବା ଯୋଗୁଁ  ତୁରନ୍ତ ସରକାରୀ ସହାୟତ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି  ।

 

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories