www.samajalive.in
Sunday, December 14, 2025
26.1 C
Bhubaneswar

ତୁଟିନି କନିକାଙ୍କ ଅଡୁଆ: ଘରେ ପହଞ୍ଚି ନୋଟିସ ଦେଲା ପୁଲିସ, ୩୦ରେ ବୟାନ ରେକର୍ଡ

ଲକ୍ଷ୍ନୌ: ବଲିଉଡ୍‌ ନାୟିକା କନିକା କପୁର କରୋନା ଯୁଦ୍ଧକୁ ଜିତିବା ପରେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି। କିନ୍ତୁ ତାଙ୍କ ସମସ୍ୟା କମ୍‌ ହୋଇନାହିଁ। ସୋମବାର ପୁଲିସ ଟିମ୍‌ ଲକ୍ଷ୍ନୌ ମହାନଗରସ୍ଥିତ ଶାଲୀମାର ଗ୍ୟାଲାଣ୍ଟ ଆପାର୍ଟମେଣ୍ଟରେ ଥିବା କନିକାଙ୍କ ଘରେ ପହଞ୍ଚି ତାଙ୍କୁ ନୋଟିସ ଦେଇଛି। ଆସନ୍ତା ୩୦ ତାରିଖରେ ତାଙ୍କ ବୟାନ ରେକର୍ଡ କରାଯିବ। ଏଥିପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ତଦନ୍ତ ଅଧିକାରୀ ଜେ.ପି. ସିଂହ କହିଛନ୍ତି। କନିକା ତଦନ୍ତରେ ସହଯୋଗ କରୁଥିବା ସିଂହ କହିଛନ୍ତି।

ସୂଚନାଯୋଗ୍ୟ, କନିକା କପୁରଙ୍କ ବିରୋଧରେ ସରୋଜିନୀ ନଗର ଥାନାରେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା ସହିତ ଆଇପିସି ଧାରା ୧୮୮, ୨୬୯ ଏବଂ ୨୭୦ ଅଧୀନରେ ମାମଲା ରୁଜୁ ହୋଇଛି। କନିକା ଏବେ ନିଜ ଘରେ ପରିବାର ସହିତ ରହୁଛନ୍ତି। ଗତ ରବିବାର ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ମତ ରଖିବା ସହିତ ସେ ନିର୍ଦୋଷ ବୋଲି କହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories