www.samajalive.in
Monday, December 8, 2025
24.1 C
Bhubaneswar

ତିନି ସପ୍ତାହରେ କୋଭିଡ ଔଷଧ ପରୀକ୍ଷା କରିବ ଭାରତ

ନୂଆଦିଲ୍ଲୀ : ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଏକ ନୂତନ କୋଭିଡ ଔଷଧ ଉତ୍ପାଦନ କରିବ। ମାନବ ଉପରେ ଏହି ଔଷଧର ପରୀକ୍ଷା ସଫଳ ହେଲେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମାନବ ଉପରେ କୌଣସି ଔଷଧର ପ୍ରୟୋଗ ଖୁବ ଗୁରୁତ୍ଵପୂର୍ଣ୍ଣ ସେପାନ। ଏହା ବ୍ରିଟେନରେ ଅନୁଷ୍ଠିତ ହେବ। ଏହି ଔଷଧ ପ୍ରସ୍ତୁତ କରିବା ନେଇ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ଅଂଶୀଦାରିତା କରିଥିବା ବିଶ୍ଵର ୭ ପ୍ରତିଷ୍ଠାନ ମଧ୍ୟରୁ ପୁନେସ୍ଥିତ ଏହି କମ୍ପାନୀ ଅନ୍ୟତମ। କମ୍ପାନୀର ସିଇଓ ଆଦର ପୁନାୱାଲା କହିଛନ୍ତି ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟର ଡାକ୍ତର ହିଲଙ୍କ ସହିତ ତାଙ୍କ କମ୍ପାନୀ ନିରନ୍ତର ଯୋଗାଯୋଗ କରୁଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୬ ମାସ ଯାଏଁ ମାସିକ ଏହି ନୂତନ ଔଷଧର ୫ ନିୟୁତ ଡୋଜ୍‌ ପ୍ରସ୍ତୁତ କରିବା ଆବଶ୍ୟକୀୟ ଅନୁମତି ନେଇ କମ୍ପାନୀ ଭାରତରେ ମଧ୍ୟ ଏହି ଔଷଧର ପରୀକ୍ଷା କରିବାକୁ ଯୋଜନା ରଖିଥିବା ସେ ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories