ବେଜିଂ : କରୋନା ସଂକ୍ରମଣର ମୂଳ କେନ୍ଦ୍ର ଚୀନ ହୁବେଇ ପ୍ରଦେଶର ଉହାନ ସହର କରୋନା ମୁକ୍ତ ହୋଇଛି। ରବିବାର ଉହାନରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି; ଅର୍ଥାତ୍ ଏଠାକାର କୌଣସି ଡାକ୍ତରଖାନାରେ ସଂକ୍ରମିତ ଚିକିତ୍ସିତ ହେଉନାହାନ୍ତି। ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯାଇଛନ୍ତି ବୋଲି ଚୀନ ନ୍ୟାସନାଲ ହେଲଥ କମିସନ ମୁଖପାତ୍ର ମି ଫେଙ୍ଗ କହିଛନ୍ତି। ଉହାନରେ କରୋନା ଭୂତାଣୁ ଆରମ୍ଭ ହୋଇଥିବାବେଳେ ଏଠାରେ ୭୬ଦିନର ଲକଡାଉନ ଘୋଷଣା କରାଯାଇଥିଲା। ଏପ୍ରିଲ ୮ରେ ୭୬ଦିନିଆ ଲକଡାଉନ ହଟାଯାଇଥିଲା। ଏବେ ଏହି ସହର କରୋନା ମୁକ୍ତ ହେବା ଏକ ବଡ ସଫଳତା ।
Popular Categories



